ହିଞ୍ଜିଳିକାଟୁ ପୌର ପରିଷଦ ର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଶିଶୁ ଦିବସ ପାଳନ ହୋଇଯାଇଛି l ଏଥିରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚଣ୍ଡିପ୍ରସାଦ ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦର ଉପାଧକ୍ଷ୍ୟା ଶ୍ରୀମତୀ ସୁଚିତ୍ରା ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କମିଟି ର ସଭାପତି ଦ୍ଵିତିକୃଷ୍ଟ ସାବତ, ସମ୍ପାଦକ ରାମପ୍ରସାଦ ପାତ୍ର, ଯୁଗ୍ମ ସମ୍ପାଦକ କାଶୀନାଥ ଷଡଙ୍ଗୀ ଯୋଗଦେଇ ପିଲାଙ୍କୁ ଶିଶୁ ଦିବସ ଅବସରରେ ମନ୍ତବ୍ୟ ଦେଇଥିଲେ l ସେହିପରି କାର୍ଯ୍ୟକ୍ରମ ର ପ୍ରମୁଖ ଶ୍ରୀମତୀ ଉଷାରାଣୀ ପାଠୀ ଅତିଥି ଙ୍କୁ ସ୍ଵାଗତ କରିଥଲେ l ଏଥିରେ ଶ୍ରୀମତୀ ରିତାଞ୍ଜଳି ମିଶ୍ର, ସୁଶାନ୍ତ କୁମାର ବିଷୋୟୀ, ଅରୁଣ କୁମାର ସାମନ୍ତରା, ବାସନ୍ତୀ ସାହୁ, ପ୍ରତିମା ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ ଓ ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ l ଅନୁଷ୍ଠାନର ଘୋଷ, ସ୍କାଉଟ, ଓ ଗାଇଡ୍ ର ଶିଶୁ ଭାଇ ଭଉଣି ମାନେ ଶ୍ରୀଯୁକ୍ତ ଟୁନା ବିଷୋୟୀ ଓ ଜଲିତା ଦାଶ ଙ୍କ ତତ୍ତ୍ଵାବଧାନରେ ଅତିଥି ଙ୍କୁ ସ୍ଵାଗତ ଜଣାଇଥିଲେ l ଶେଷରେ ଅନୁଷ୍ଠାନର ସମ୍ପାଦକ ଇ ରାମାପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l