Tuesday, August 23, 2022
Homeକେଲିଆ ଶିବ ମନ୍ଦିର ଠାରେ ଶେଷ ସମବାର ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଳନ ନିମନ୍ତେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ

କେଲିଆ ଶିବ ମନ୍ଦିର ଠାରେ ଶେଷ ସମବାର ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଳନ ନିମନ୍ତେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ

ନବରଙ୍ଗପୁର:-କେଲିଆ ମନ୍ଦିର ପ୍ରାଙ୍ଗଣରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଏବଂ ଶେଷ ସମବାର ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲା।ମନ୍ଦିର ଉନ୍ନୟନ ତଥା ପରିଚାଳନା କମିଟିର  ସ୍ଥାୟୀ ସଭାପତି ତହସିଲଦାର ଶ୍ରୀ ସଦାଶିବ ଭତ୍ରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକର  ଶେଷ ସମବାର ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଳନ ସମ୍ପର୍କରେ ବିସ୍ତୃତ ଆଲୋଚନା କରା ଯାଇଥିଲା। ସମ୍ପାଦକ ଶ୍ରୀ ଦେବରାଜ ପାତ୍ର ଗତ ବୈଠକର ବିବରଣୀ ଉପସ୍ଥାପନ କରି ଚଳିତ ବର୍ଷ କିଭଳି ପାଳନ ହେବ ସେହି ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକରେ ମନ୍ଦିର କମିଟି ଉପ ସଭାନେତ୍ରୀ ତଥା ଡାବୁଗାଁ ବ୍ଲକ ଅଧକ୍ଷା ଶ୍ରୀମତୀ ବିଣା ମାଝୀ, କୋସାଧକ୍ଷ ଶ୍ରୀ ଜି.ସାଇରାଜୁ , ଏବିଡ଼ିଓ  ପଦ୍ମନାଵ ତ୍ରିପାଠି ତଥା କମିଟି ସଦର୍ଶ ମାନେ,ସ୍ୱେଚ୍ଛାସେବୀ ଯୁବକ ମାନେ,ମନ୍ଦିର ପୂଜକ ମାନେ ଓ ଆଖ ପାଖ ଗ୍ରାମର ସତାଧିକ ଗ୍ରାମ ବାସୀ ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!