Tuesday, August 23, 2022
Homeପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରି ୧ଲକ୍ଷ ୪୦ ହଜାର ଟଙ୍କା ଛଡେଇ ନେଇଗଲେ ଶିକ୍ଷୟିତ୍ରୀଙ୍କ ସ୍ୱାମୀ

ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରି ୧ଲକ୍ଷ ୪୦ ହଜାର ଟଙ୍କା ଛଡେଇ ନେଇଗଲେ ଶିକ୍ଷୟିତ୍ରୀଙ୍କ ସ୍ୱାମୀ

ନବରଙ୍ଗପୁର:-ଆଜି ସନ୍ଧ୍ୟା 6 ଘଣ୍ଟା ସମୟରେ ବୋଡ଼ନି ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଧନୁର୍ଜୟ ନାୟକ ନିଜ ଡିଉଟି ସାରି ଡାବୁଗାଁ ଫେରିବା ସମୟରେ ସେହି ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ସ୍ୱାମୀ ନିଜ ଗାଁ କୁ ଡାବୁଗାଁ ଠାରୁ କିଙ୍ଗଫିସର ବଷରେ ଯିବେ କହି ତାଙ୍କୁ ବାଇକରେ ଲିପଟ ମାଗି ଥିଲେ ଏବଂ ପ୍ରଧାନ ଶିକ୍ଷାକଙ୍କ ସହ ତାଙ୍କ ବାଇକରେ ବଡ଼ନି ଠାରୁ ଡାବୁଗାଁ ଅଭିମୁଖେ ଆସିବ ସମୟରେ  ସିନ୍ଦୀକାଗୁଡା ନିକଟରେ ହଟାତ ଗାଡି ରଖନ୍ତୁ କହି  ଗାଡିରୁ ଅଲାଇ ଏକ ଧାରୁଆ ପଥରରେ ଆକ୍ରମଣ କରି ତାଙ୍କୁ ତଳେ ପକାଇ ଦେଇ ତାଙ୍କ ବାଇକ ଏବଂ ତାଙ୍କ ପାଖେଥିବା ହଷ୍ଟେଲ ପଇସା ନେଇ କେଉଁଆଡେ ଚାଲିଗଲେ। ଏହାପରେ ପ୍ରଧାନ ଶିକ୍ଷକ ଧନୁର୍ଜୟ ନାୟକ ଫୋନ ଯୋଗେ ନିଜ ସମ୍ପର୍କୀୟ ମାନଙ୍କୁ ଯୋଗାଯୋଗ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଡାବୁଗାଁ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି।ଏବିଷୟରେ ପ୍ରଧାନଶିକ୍ଷଙ୍କ ସ୍ତ୍ରୀ ଡାବୁଗାଁ ଥାନାରେ ଲିଖିତ ଭାବରେ ସୂଚନା ଦେବା ପରେ ।ବର୍ତ୍ତମାନ ପୋଲିସର ତଦନ୍ତ ଚାଲିଛି ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣା ପଡିବ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!