Tuesday, August 23, 2022
Homeଧର୍ମ ମାସ କାର୍ତ୍ତିକ ର ତୃତୀୟ ସୋମବାର ରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ

ଧର୍ମ ମାସ କାର୍ତ୍ତିକ ର ତୃତୀୟ ସୋମବାର ରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ

ଧର୍ମ ମାସ କାର୍ତ୍ତିକ ର ତୃତୀୟ ସୋମବାର ରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତ ସ୍ଥିତ ଭୋଗଡ଼ା ଗ୍ରାମରେ ବାବା ଉମାଶଙ୍କର ଙ୍କ ଶୈବ ପୀଠ ଚଳ ଚଞ୍ଚଳ ହୋଇଉଠିଛି ।ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଅନେକ ଶ୍ରଦ୍ଧାଳୁ ଏବଂ ଭକ୍ତ ଙ୍କ ସମାଗମରେ  ଶୈବପୀଠ ପୁରିଉଠୀଥିଲା ।ଉମାଶଙ୍କର ଙ୍କ ମନ୍ଦିର ଭୋଗଡା ଗ୍ରାମର ଏକ ପାହାଡ଼ ଉପରେ ଅବସ୍ଥିତ। ସ୍ୱପ୍ନାଦେଶ ଅନୁସାରେ ସେହି ଗ୍ରାମର ସ୍ବର୍ଗତ ଅବସର ପ୍ରାପ୍ତ ଶିକ୍ଷକ ଘନଶ୍ୟାମ ମିଶ୍ର ୧୯୩୯ ମସିହା ରେ ୧୨ ବର୍ଷ ବୟସରୁ ହିଁ ମନ୍ଦିର ନିର୍ମାଣ ରେ ଲାଗିପଡିଲେ ।କିଛି ବର୍ଷ ମଧ୍ୟରେ ହିଁ ଉମାଶଙ୍କର ଙ୍କ ଆଶୀର୍ବାଦ ରୁ ପାହାଡ଼ ଉପରେ ମନ୍ଦିର ର ନିର୍ମାଣ ସ୍ଵହସ୍ତ ରେ କରିଥିଲେ । ଅନେକ ରାସ୍ତା ଅତିକ୍ରମ କଲା ପରେ ୭୫ ଟି ପାହାଚକୁ ଅତିକ୍ରମ କରି ଭକ୍ତମାନେ ଉମାଶଙ୍କର ଙ୍କ ଦର୍ଶନ ଲାଭ କରିପାରନ୍ତି ।  ବହୁ ଲୋକଙ୍କ ମୁଖରୁ ଉମାଶଙ୍କର ଙ୍କ ମହିମା ସମ୍ପର୍କିତ ଅନେକ କଥା ଶୁଣିବାକୁ ମିଳେ । ଧର୍ମ ର କାର୍ତ୍ତିକ ମାସରେ ବ୍ରତଧରି ଏବଂ ହବିଶ୍ୟାଳି ଙ୍କ ସମାଗମ ଏବଂ ଭୋଜିଭାତ ମଧ୍ୟ ଦେଖିବାକୁ ମିଳେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!