Tuesday, August 23, 2022
Homeନିଖୋଜ ବୃଦ୍ଧା ଙ୍କ ମୃତଦେହ ନଦୀ ରୁ ଉଦ୍ଧାର

ନିଖୋଜ ବୃଦ୍ଧା ଙ୍କ ମୃତଦେହ ନଦୀ ରୁ ଉଦ୍ଧାର

ଆଜି ଅପରାହ୍ନ ରେ ଜଣେ ବୃଦ୍ଧା ଙ୍କ ମୃତଦେହ ନଦୀ ରୁ ଉଦ୍ଧାର କରାଯାଇଛି। ଘଟଣା କ୍ରମେ, ଶେରଗଡ ଥାନା କୁରୁଳା ପଞ୍ଚାୟତ ବାଈଶିପଳ ଗ୍ରାମର ସ୍ବର୍ଗତ ଗୁରା ବେହେରା ଙ୍କ ସ୍ତ୍ରୀ ଖଡିକା ବେହେରା ନିଜ ବୋହୂ ଙ୍କ ସହ ରୁହନ୍ତି। ଗତ ୯ ତାରିଖ ସନ୍ଧ୍ୟାରେ ଖଡିକା ଗାଧେଇବା ପାଇଁ ଗ୍ରାମ ନିକଟସ୍ଥ ନନ୍ଦିନୀ ନଦୀ କୁ ଯାଈଥିଲେ। ଖଡିକା ଗାଧେଇବା ସମୟରେ ଅସାବଧାନତା ବଶତଃ ଗୋଡ ଖସିଯାଈଥିଲା ଏବଂ ପାଣି ମଧ୍ୟ ରେ ବୁଡି ଯାଈଥିଲେ। ଖଡିକା ଙ୍କ ପୁଅ ସୁରାଟ ରେ ରହୁଥିବା ବେଳେ ବୋହୂ ଏକା ଘରେ ଥିଲେ। ଖଡିକା ଫେରିବା ବିଳମ୍ବ ହେବାରୁ ବୋହୂ ଏବଂ ପଡୋଶୀ ଖଡିକା ଙ୍କୁ ଖୋଜାଖୋଜି କରିଥିଲେ ଏବଂ ଖଡିକା ଙ୍କ ସନ୍ଧାନ ମିଳିନଥିଲା। ଖଡିକା ଙ୍କ ସନ୍ଧାନ ପାଈନପାରି ଝିଅ ଘରକୁ ଯାଈଥିବେ ବୋଲି ସମସ୍ତେ ସନ୍ଦେହ କରି ଆଉ ଖୋଜାଖୋଜି କରିନଥିଲେ। ଆଜି ଅପରାହ୍ନ ସମୟରେ ଗ୍ରାମବାସୀ ମୃତଦେହ ଭାସୁଥିବା ଦେଖି ଶେରଗଡ ଅଗ୍ନିଶମ ବାହିନୀ ଏବଂ ଶେରଗଡ ଥାନା କୁ ଖବର ଦେଈଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଶବ କୁ ନଦୀ ମଧ୍ୟରୁ ଉଦ୍ଧାର କରିଥିଲେ ଏବଂ ବୋହୂ ଖଡିକା ଙ୍କ ଶବକୁ ଚିହ୍ନଟ କରିଥିଲେ। ଶେରଗଡ ପୋଲିସ ଶବ କୁ ଜବତ କରିବା ସହ ୧୯/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ଲାଗି ଆସିକା ପଠାଈଥିବା ଜଣାପଡିଛି। ଘଟଣାସ୍ଥଳରେ ଶେରଗଡ ଥାନାଧିକାରୀ ବୀରେନ୍ଦ୍ର ସିଅଳ, ବ୍ଲକ ଉପାଧ୍ୟକ୍ଷା ଙ୍କ ପ୍ରତିନିଧି କାହ୍ନୁ ଚରଣ ପଟ୍ଟନାୟକ, ଥାନା ଏଏସଆଇ କୃଷ୍ଣ ଚନ୍ଦ୍ର ଦାସ ଉପସ୍ଥିତ ଥିଲେ। ଗଞ୍ଜାମ ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!