Tuesday, August 23, 2022
Homeଦାମନଯୋଡିରେ ମା' ଶ୍ୟାମାକାଳୀଙ୍କ ପୂଜା ଓ ପୟାଶ୍ରାଦ୍ଧ

ଦାମନଯୋଡିରେ ମା' ଶ୍ୟାମାକାଳୀଙ୍କ ପୂଜା ଓ ପୟାଶ୍ରାଦ୍ଧ

ଦାମନଯୋଡି,୧୩/୧୧:- ପବିତ୍ର ଦୀପାବଳୀ,ପୟାଶ୍ରାଦ୍ଧ ଓ କାଳୀପୂଜା ଦାମନଯୋଡିରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଲୋକମାନେ ନିଜ ନିଜ ଘରକୁ ସଫାସୁତୁରା କରି ସ୍ୱତନ୍ତ୍ର ଆଲୋକମାଳାରେ ସଜାଇଥିଲେ ଓ ଆତସବାଜି ର ମଜା ନେଇଥିଲେ। ବହୁଲୋକ ବଡ଼ବଡ଼ିଆ ଡାକ ଓ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରିଥିଲେ।ମା'ଶ୍ୟାମାକାଳୀଙ୍କ ପୂଜା ଅବସରରେ ରବିବାର ଦାମନଯୋଡିର ଆରାଧ୍ୟା ଦେବୀ ମାଁ' ଣ୍ଟା ବାଉଁଶୁଣୀଙ୍କ ପୀଠ ଓ ମାଥାଲପୁଟ ମାର୍କେଟ ସ୍ଥିତ ମା'ଭଦ୍ରକାଳୀଙ୍କ ଅସ୍ଥାୟୀ ମନ୍ଦିରରେ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା।ମା'ଭଦ୍ରକାଳୀଙ୍କ ମନ୍ଦିରରେ ହୋଇଥିବା ମଧ୍ୟରାତ୍ର ପୂଜାରେ ପୂଜକ ଆଦିତ୍ୟ ରଥ ପୂଜାକାର୍ଯ୍ୟ କରିଥିଲେ।ଧରମା ସାହୁ ଓ ପତ୍ନୀ ମିଲି ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ।ଇନ୍ଦ୍ରମଣି ସାହୁ,ପତ୍ନୀ ରଞ୍ଜିତା ସାହୁ ପ୍ରମୁଖ ପରିଚାଳନା କରିଥିଲେ।ସେହିପରି ନାଲକୋ ଟାଉନସିପ ସେକ୍ଟର ୩ ପୂଜା ମଣ୍ଡପ ଓ ସେକ୍ଟର ୧ ମଣ୍ଡପରେ ମା'ଙ୍କ ମଧ୍ୟରାତ୍ର ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଥିଲା। ଆକର୍ଷଣୀୟ ତୋରଣ,ସୁନ୍ଦର ଆଲୋକସଜ୍ଜା,ମା'ଙ୍କ ମନଲୋଭା ସୁନ୍ଦର ମୃଣ୍ମୟ ମୂର୍ତ୍ତି ଓ ପୂଜା ଅନୁଷ୍ଠିତ ହୋଇଥିଲା। ମା'ଙ୍କ ଘଟ ଆମନ୍ତ୍ରଣ ସହିତ ମଧ୍ୟ ରାତ୍ରରେ ଚକ୍ଷୁ ଦାନ,ଷୋଡଶ ଉପଚାର ପୂଜା,ଚଣ୍ଡୀ ପାଠ ଓ ଭୋର ପୂର୍ବରୁ ଘଟ ବିସର୍ଜନ ଆଦି ନୀତି ଅନୁଷ୍ଠିତ ହୋଇଥିଲା।ସେକ୍ଟର ୩ରେ ପୂଜକ ପ୍ରଦୀପ ରଞ୍ଜନ ମିଶ୍ର,ଅମର କୁମାର ଦାଶ ଓ ମହେଶ କୁମାର ଦାଶ ପୂଜାକାର୍ଯ୍ୟ କରିଥିଲେ।ଦିଲ୍ଲୀପ କୁମାର ସାହୁ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ।ପୂଜାକମିଟି ସଭାପତି ତଥା ନାଲକୋ ଭାରପ୍ରାପ୍ତ ସମୂହ ମହାପ୍ରବନ୍ଧକ ହିମାଂଶୁ ଶେଖର ପଣ୍ଡା ଓ ସମ୍ପାଦକ ନିର୍ମଳ କୁମାର ରାଉତଙ୍କ ସହିତ କର୍ମକର୍ତ୍ତା ବସନ୍ତ କୁମାର ପଣ୍ଡା,ଶୀତେନ୍ଦୁ ମହାରଣା,ପ୍ରଫୁଲ୍ଲ କୁମାର ମୁନି,ହରେନ୍ଦ୍ର ନାଥ ଗିରି,କୈଳାସ ଚନ୍ଦ୍ର ମହାରଣା,ପ୍ରମୋଦ କୁମାର କୁଣ୍ଡ,ମନୋଜ କୁମାର ବେହେରା,ଚିତ୍ତ ରଞ୍ଜନ ରାୟ,ଚିତ୍ତ ରଞ୍ଜନ ଦାଶ,ରଶ୍ମି ରଞ୍ଜନ ମହାରଣା,ଆଶିଷ କୁମାର ପଟ୍ଟନାୟକ,ନିରାକାର ସାହୁ,ବିରଜା ଶଙ୍କର ସାହୁ ଓ ଅଲେଖ ଚରଣ ମହାକୁଡ଼ ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ସେକ୍ଟର ୧ ଓ ୨ ସାର୍ବଜନୀନ ମା'ଦୁର୍ଗା ଓ କାଳୀ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ପୂଜାରେ ପୂଜକ ଦେବୀ ସନ୍ତୋଷ ମିଶ୍ର,ସୁଧାଂଶୁ ଶେଖର ତ୍ରିପାଠୀ ଓ କରୁଣାକର ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।ଶିଶିର ମିଶ୍ର ଓ ପତ୍ନୀ ଅର୍ଚ୍ଚନା ମିଶ୍ର କର୍ତ୍ତା ଦାୟିତ୍ୱ ତୁଲାଇଥିଲେ।କମିଟି ସଭାପତି ଅନାମ ଚରଣ ନାୟକ,ସମ୍ପାଦକ ଆନନ୍ଦ ମୋହନ ପ୍ରସାଦ,ଉପ ସଭାପତି ଶୁକଦେବ ପଟ୍ଟାୟତ,କୋଷାଧ୍ୟକ୍ଷ ରଞ୍ଜନ କୁମାର ବେହେରାଙ୍କ ସହିତ ସୁଜିତ ଜେନା,ସଦାଶିବ ବେହେରା,ବିଚିତ୍ରାନନ୍ଦ ବେହେରା (କାରିଗର), ରଞ୍ଜୟ କୁମାର କାନୁନଗୋ,ସନ୍ତୋଷ କୁମାର ପଣ୍ଡା, ମଧୁସୂଦନ ପଣ୍ଡା,ଦୀନେଶ ଶୁକ୍ଳା,କିରଣ ମହାନ୍ତି,ଡ.ଅଶୋକ କୁମାର ମହାନ୍ତି ଓ ଅରୁଣ କୁମାର ଓଝା ପ୍ରମୁଖ ପରିଚାଳନା କରିଥିଲେ।ଏଠାରେ ବିଭିନ୍ନ ଦିବସରେ ସହସ୍ର ଦୀପଦାନ,ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମୂହ ବନ୍ଦାପନା ଆଦି କାର୍ଯ୍ୟକ୍ରମ ବ୍ୟବସ୍ଥା ରହିଛି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!