Tuesday, August 23, 2022
Homeଏକମ୍ବା ଗ୍ରାମରେ ପାଣିରେ ବୁଡି ୯ ବର୍ଷ ବୟସ ବାଳକର ମୃତ୍ୟୁ

ଏକମ୍ବା ଗ୍ରାମରେ ପାଣିରେ ବୁଡି ୯ ବର୍ଷ ବୟସ ବାଳକର ମୃତ୍ୟୁ

ନବରଙ୍ଗପୁର:-ଡାବୁଗାଁ ଥାନା ଅଧିନ ଏକମ୍ବା ଗ୍ରାମରେ ଆଜି ଆପରାହ୍ନ 3 ଘଣ୍ଟା ସମୟରେ ଗ୍ରାମ ନିକଟ ବନ୍ଧରେ ଗାଧାଇବା ସମୟରେ ପାଣିରେ ବୁଡି  ୯ ବର୍ଷ ବୟସ ବାଳକର ମୃତ୍ୟୁ ହୋଇ ଯାଇଛି।ସୂଚନାପ୍ରକାରେ ମୃତ ବାଳକ ଜଣକ ସେହି ଗ୍ରାମର ଦିଗେସ ମାଝୀ,ପି:କମଲ ସିଂ ମାଝୀ ବୋଲି ଜଣାପଡ଼ିଛି।ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କ ସହ ମୃତକର ବାପା ଆସି ଆଜି ସନ୍ଧ୍ୟାରେ ଏହି ଘଟଣା ବିଷୟରେ ଡାବୁଗାଁ ଥାନାରେ ଲିଖିତ ଭାବରେ ଜଣାଇ ଛନ୍ତି।ବର୍ତ୍ତମାନ ସନ୍ଧ୍ୟା ହୋଇ ଯାଇଥିବାରୁ ମେଡିକାଲକୁ ଶବ ଅଣାଯାଇ ନାହିଁ।ଆସନ୍ତା କାଲି ପୋଲିସର ତଦନ୍ତ ପରେ ଶବବ୍ୟବଚ୍ଛେଦ କରା ଯିବ ବଲି ସୂଚନାମିଳିଛି।ପୋଲିସର ତଆଦନ୍ତପରେ ପ୍ରକୃତ ଘଟଣାଟି ଜଣା ପଡିବ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!