ଆଦର୍ଶ ବିଦ୍ୟାଳୟ ପ୍ରଶ୍ନପତ୍ର ମାମଲା, ହିନ୍ଦୁ ମହାସଂଘ କୁ ସଂପୂର୍ଣ୍ଣ ସମର୍ଥନ କଲା ରାମ ନାମୀ ସମାଜ
ଆଦର୍ଶ ବିଦ୍ୟାଳୟ କର୍ତ୍ତୃପକ୍ଷ ଦ୍ବାରା ଭଗବାନ ଶ୍ରୀରାମ ଙ୍କ ଅପମାନ ହୋଇଥିବା ଅଭିଯୋଗ ପ୍ରଥମେ ଆଣିଥିଲା ହିନ୍ଦୁ ମହାସଂଘ। ହିନ୍ଦୁ ମହାସଂଘ ର କାର୍ଯ୍ୟକର୍ତ୍ତା ମାନେ ରାଜ୍ୟ ର ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ। ଇତି ମଧ୍ୟରେ ଅବିଭକ୍ତ କୋରାପୁଟ ଜିଲ୍ଲା ର ଦୁର୍ଗମ ପାହାଡ଼ିଆ ଅଞ୍ଚଳରୁ ଆବିର୍ଭାବ ହୋଇଥିବା ରାମ ନାମୀ ସମାଜର ସନ୍ଥ ପ୍ରସିଦ୍ଧ ରାମ ଭକ୍ତ ବୈଦୁ ବୈରାଗୀ ଏବଂ ତାଙ୍କ ଅନୁଗାମୀ ମାନେ ସଂପୂର୍ଣ୍ଣ ସମର୍ଥନ କରିଛନ୍ତି ହିନ୍ଦୁ ମହାସଂଘ ର ଦାବି କୁ । ସମସ୍ୟା ର ସମାଧାନ ନହେଲେ ଆନ୍ଦୋଳନ କରାଯିବ ବୋଲି ସନ୍ଥ ବୈଦୁ ବୈରାଗୀ ସୂଚନା ଦେଇଛନ୍ତି।