Tuesday, August 23, 2022
Homeଛତୁଆ ଦୁର୍ନିତିରେ ଉବୁଟୁବୁ ପାପଡାହାଣ୍ଡି ସି.ଡ଼ି.ପି.ଓଙ୍କ କାର୍ଯ୍ୟାଳୟ

ଛତୁଆ ଦୁର୍ନିତିରେ ଉବୁଟୁବୁ ପାପଡାହାଣ୍ଡି ସି.ଡ଼ି.ପି.ଓଙ୍କ କାର୍ଯ୍ୟାଳୟ


ନବରଙ୍ଗପୁର:-ପାପଡାହାଣ୍ଡି ବ୍ଲକ୍‌ର ସମନ୍ୱୀତ ଶିଶୁ ବିଭାଗ ବ୍ୟାପକ ଧରଣର ଛତୁଆ ଦୁର୍ନିତୀ ମଧ୍ୟରେ ଗତି କରୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଆସୁଛି । ଅପରିଷ୍କାର ପରିବେଶ ଏବଂ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରି ତିଆରି ହେଉଛି ଏହି ଛତୁଆ। ତାହାବି ପାପଡାହାଣ୍ଡି ସମନ୍ୱୀତ ଶିଶୁ ବିକାଶ ଅଧିକାରୀଙ୍କ ତଦାରଖରେ। ଏହି ମାର୍ଥ ସ୍ୱୟଂ ସହାୟକ ଗୋଷ୍ଠୀ ନୂତନ ଭାବରେ ତିନିମାସ ହେବ ଛତୁଆ ପ୍ରସ୍ତୁତ କରି ତିନୋଟି ସେକ୍ତେରରେ ଛତୁଆ ବଣ୍ଟନ କରିଆସୁଛନ୍ତି। ଲୋକଙ୍କ କହିବା ଅନୁଯାୟୀ ଜଗାଇ ଦେଉଥିବା ଛତୁଆ ଅତ୍ୟନ୍ତ ନିମ୍ନମାନର । ଏହି ଖାଦ୍ୟକୁ ଛୋଟ ଛୋଟ ଶିଶୁମାନେ ଖାଇଥାନ୍ତି  ଏବଂ ଗର୍ଭବିିତ ମହିଳାମାନଙ୍କୁ ମଧ୍ୟ ଦିଆଯାଇ ଥାଏ । କେଉଁ ମୁହୃର୍ତ୍ତରେ ପିଲାର ଜୀବନ ପ୍ରତି କ୍ଷତି ଘଟିବ ତାହା ତିଳେ ମାତ୍ର ସନ୍ଦେହ ନାହିଁ । ସେହିପରି ବିନା ତେଲରେ ସୁଜି ପେକେଟ ଦିଅ ଯାଉଛି ।ଖାଲି ସେତିକି ନୁହଁ ନିମ୍ନମାନର ବାଦାମଲଡ଼ୁ ମଧ୍ୟ ଦିଆଯାଉଛି । ଏହି ସବୁ କାରଣରୁ ପାପଡାହାଣ୍ଡି ବ୍ଲକର ଏହି ତିନୋଟି ସେକ୍ଟରରେ ଅପପୃଷ୍ଟିରୋ ଶିକାର ହେଉଛନ୍ତି ବହୁତ ଶିଶୁ । ପ୍ରକାଶ ଥାଉକି ଛତୁଆ ପେକେଟରେ ନିର୍ଦ୍ଧାରିତ ଓଜନ ଠାରୁ ୧୦୦ ରୁ ୨୦୦ ଗ୍ରାମ କମ୍ ରହୁଛି ।ସେ ସଂସ୍ଥାମାନଙ୍କ ସହିତ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଚାଲିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନର ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ। ଏବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି କିଭଳି ଏହାର  ସମାଧାନ କରୁଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!