Tuesday, August 23, 2022
Homeବନ୍ଧୁଗାଁ ବ୍ଲକର ୨୯୫ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

ବନ୍ଧୁଗାଁ ବ୍ଲକର ୨୯୫ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

ବନ୍ଧୁଗାଁ,୧୦/୧୧:- ସରକାରଙ୍କ ସ୍କୁଲ ଚକ୍ଷୁ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମରେ ବନ୍ଧୁଗାଁ ବ୍ଲକର ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ହୋଇଯାଇଛି। ପ୍ରଥମ ଶିବିର ତୁରୁକୁପେଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏବଂ ଦ୍ବିତୀୟ ଶିବିର ଶୁକ୍ରବାର କୁଟ୍ରାବେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଚଳିତ ନଭେମ୍ବର ମାସ ୬ ତାରିଖ ଓ ୧୦ତାରିଖ ଦୁଇଦିନ ମୋଟ ୨୯୫ଜଣଙ୍କ ଚକ୍ଷୁ ପରୀକ୍ଷା ହୋଇଥିଲା।ଦୃଷ୍ଟି ଦୋଷ ଥିବା ମୋଟ ୭୩ଜଣ ପିଲାଙ୍କର ଚଷମା ପରୀକ୍ଷା ହୋଇଥିଲା। ଅନ୍ୟ ୭ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ରେଫର କରାଯାଇଥିଲା।ସାମାନ୍ୟ ରୋଗଥିବା ପିଲାଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ପୂର୍ବରୁ ତାଲିମ ପ୍ରାପ୍ତ ଶିକ୍ଷକଶିକ୍ଷୟତ୍ରୀ ନିଜନିଜ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ପରୀକ୍ଷା କରି ଦୃଷ୍ଟି ଦୋଷ ବା ଅନ୍ୟ ରୋଗଥିବା ପିଲାଙ୍କୁ ଶିବିରକୁ ଆଣିଥିଲେ।ରାଜ୍ୟ ସରକାରଙ୍କ 'ସୁନେତ୍ର' ଯୋଜନାରେ ଦୃଷ୍ଟି ଦୋଷ ଥିବା ପିଲାଙ୍କୁ ମାଗଣା ଚଷମା ପ୍ରଦାନ ସହ ଅନ୍ୟ ଚକ୍ଷୁରୋଗ ଭୋଗୁଥିବା ପିଲାଙ୍କ ମାଗଣାରେ ଚିକିତ୍ସା ବ୍ୟବସ୍ଥା ରହିଛି।ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ,ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ,ଜାତୀୟ ଅନ୍ଧତ୍ବ ଦୂରୀକରଣ ଯୋଜନା ଓ ଜାତୀୟ ସ୍ଵାସ୍ଥ୍ୟ ମିଶନ ସହଯୋଗରେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ଚାଲୁ ରହିଛି।ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ସହାୟକ ପ୍ରଶାନ୍ତ କୁମାର ବେବର୍ତ୍ତା,ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ସହାୟକ ନାରାୟଣ ମାଝୀ ଓ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ସହାୟକ ବିଜୟ କୁମାର ଆଚାର୍ଯ୍ୟ ପିଲାଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆୟୋଜନ କରିଥିଲା ଓ ବନ୍ଧୁଗାଁ ବିଇଓ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ,ଏବିଇଓ ମଦନ ମୋହନ ମୁଦୁଲି ଓ ଈଶ୍ୱର ମୁଦୁଲିଙ୍କ ସହଯୋଗରେ ଶିବିର ଅନୁଷ୍ଠିତ ହୋଇଥିଲା।ବିଆରପି ସଂଗ୍ରାମ କେଶରୀ ନାୟକ,ଦୁଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଲାବିତି ମଣି ଓ ବାସନ୍ତୀ ସାରକା ଉପସ୍ଥିତ ରହି ପରିଚାଳନା କରିଥିଲେ।ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ରଶ୍ମିରଞ୍ଜନ ସାମଲଙ୍କ ତତ୍ବାବଧାନରେ ହୋଇଥିବା କାର୍ଯ୍ୟକ୍ରମରେ ଏନପିସିବି ଡିଇଓ ଅଭିନବ ସାମଲଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ ଅଶ୍ୱିନୀ ପାଇତାଲ, ରଶ୍ମିତା ସାରକା,ସିତାଂଶୁ ବାଳା ରାଉତରାୟ, ଦିଗମ୍ବର ମାଝୀ,ପ୍ରତାପ କୁମାର ପଣ୍ଡା,ରାଜକିଶୋର ବେହେରା ଓ ପ୍ରଶାନ୍ତ କୁମାର ମହାନ୍ତି ପରିଚାଳନାରେ ସହଯୋଗ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!