Tuesday, August 23, 2022
Homeଅତଡ଼ା ଧସିବାରୁ ଗୋବରୀ ନଦୀ ଗର୍ଭକୁ ଖସିପଡିଲା ୩ ନଡ଼ିଆ ଗଛ

ଅତଡ଼ା ଧସିବାରୁ ଗୋବରୀ ନଦୀ ଗର୍ଭକୁ ଖସିପଡିଲା ୩ ନଡ଼ିଆ ଗଛ

ମହାକାଳପଡ଼ା -୧୧/୧୧ ଉପଖଣ୍ଡ ଅଧିକାରୀ ସାଙ୍ଗକୁ ଦୁଇ ସେକ୍ସନ ଅଫିସର ଅଭାବରୁ ନାହିଁ ନାହିଁ ରେ ଚାଲୁଥିବା ନଦୀତଟ ବନ୍ଧ  ଉପଖଣ୍ଡ  କର୍ତ୍ତୃପକ୍ଷ ଙ୍କ ଅବହେଳାରୁ ସ୍ଥାନୀୟ ବ୍ଲକ ଅଞ୍ଚଳ ର ପ୍ରମୁଖ ଚିର ସ୍ରୋତା  ଗୋବରୀ  ନଦୀ କୂଳ ଅସୁରକ୍ଷିତ ହୋଇ ପଡିଛି  l କେତେବେଳେ କେଉଁଠି ଅତଡ଼ା ଧସି ଘର ଢ଼ୀହ ନଦୀ ଗର୍ଭରେ ଲୀନ ହେଉଛି ତ ଆଉ କେଉଁଠି ଚାଷ ଜମି ଓ ବଗିଚା ନଦୀ ଗର୍ଭ କୁ ଟାଣି ନେଉଛି l  ଉଦାହରଣ ଭାବେ  ମହାକାଳପଡ଼ା  ନଦୀ ତଟ ବନ୍ଧ ଉପଖଣ୍ଡ  ଅଧୀନ ମହାକାଳପଡ଼ା ସେକ୍ସନ ଅନ୍ତର୍ଗତ ସ୍କୁଲ ଘେରି ପାଖ  ଚିଙ୍ଗୁଡ଼ି ଘେରି ନିକଟ ରେ ବିରାଟ କାୟ ଅତଡ଼ା ଧସି ବାରୁ ୩ ଗୋଟି ନଡ଼ିଆ ଗଛ ନଦୀ ଗର୍ଭ କୁ ଖସି ପଡିଛି l ଏପରିକି ନଦୀ କୂଳକୁ ଲାଗି  ଥିବା ମାଛ ପୋଖରୀ ରୁ ମାଛ ଓ ପାଣି ଶୁଖିଯାଇଥିବାର ଦେଖିବାକୁ ମିଳିଛି l  ଅତଡ଼ା ଧସିଥିବା ସ୍ଥାନ ରୁ ଅଧା କିଲୋମିଟର ଦୂରରେ ତଟ ବନ୍ଧ କର୍ତ୍ତୃପକ୍ଷ ଜନବସତି ସୁରକ୍ଷା ନେଇ ନଦୀ କୂଳରେ ପଥର ପ୍ୟାକିଙ୍ଗ କାର୍ଯ୍ୟ ଚଳାଇଛନ୍ତି l ଯାହା   ନେଇ ସ୍ଥାନୀୟ ଲୋକ ଓ  ଠିକାଦାର ଙ୍କ କାର୍ଯ୍ୟରତ ଶ୍ରମିକ ଙ୍କ ମଧ୍ୟରେ କିଛି ଦିନ ତଳେ  ଗଣ୍ଡଗୋଳ  ହେତୁ  ମାମଲା ଥାନାରେ ଆପୋଷ ସମାଧାନ ହୋଇଥିଲା l  ଦାୟିତ୍ୱ ନ୍ୟସ୍ତ ବିଭାଗୀୟ  ଅଧିକାରୀ ମାନଙ୍କ ଅଣଦେଖାରୁ ଏଭଳି ଘଟୁଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି l  ତଟ ବନ୍ଧ କର୍ତ୍ତୃପକ୍ଷ  ବିପଦ ସଂକୁଳ ଜାଗା ଚିହ୍ନଟ କରି ଆଗୁଆ ପଦକ୍ଷେପ ଗ୍ରହଣ ନକଲେ  ସ୍କୁଲ ଘେରି ଭଳି ଘଟଣା ପୁନରାବୃତ୍ତି ହେବାର ଢେର ଆଶଙ୍କା ରହିଛି l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!