Tuesday, August 23, 2022
Homeବାଟରେ ଜଳିଯାଇଥିବା ଶୁଭମ ବସ ରେ ମହାକାଳପଡ଼ା ର ୬ ଯାତ୍ରୀ ଅଛନ୍ତି ସୁରକ୍ଷିତ l

ବାଟରେ ଜଳିଯାଇଥିବା ଶୁଭମ ବସ ରେ ମହାକାଳପଡ଼ା ର ୬ ଯାତ୍ରୀ ଅଛନ୍ତି ସୁରକ୍ଷିତ l

ମହାକାଳପଡ଼ା -୧୧ /୧୧ ବିପଦରୁ ଉଦ୍ଧାର ପାଇଥିବା ଯାତ୍ରୀଙ୍କ ଠାରୁ  ମିଳିଥିବା ସୂଚନା ମୁତାବକ ସବୁଦିନ ଭଳି ଗତକାଲି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଂଚଳର ୬ ଜଣ ଉଠା ଦୋକାନୀ ସାଥି ହୋଇ   ସ୍ଵଦୂର କଲିକତା ରୁ ଦୋକାନ ସାମଗ୍ରୀ କ୍ରୟ କରି ବାବୁ ଘାଟରୁ ବସ ରେ ବସିଥିଲେ l ମାତ୍ର ଦୁଃଖର କଥା ବସ ଗନ୍ତବ୍ୟ ପଥରେ ଓଡିଶା  ଆସିବା  ବାଟରେ  କୌଣସି କାରଣରୁ ହଠାତ ବସ ରେ  ନିଆଁ ଲାଗିଯାଇଥିଲା  l କିନ୍ତୁ ଦୁଃଖର ବିଷୟ  ବସ କର୍ମଚାରି  ବସଭିତରୁବାହାରି  ଚାଲି ଯାଇଥିବା ବେଳେ ଯାତ୍ରୀ ମାନେ ବସ ଭିତରେ  ଧୂଆଁ ରେ ହତବାକ ହୋଇପଡ଼ିଥିଲେ l ବସ ରେ ବହୁତ ସାମଗ୍ରୀ ବୋଝେଇ ହୋଇଥିବାରୁ ଜରୁରୀ ଫାଟକ ଖୋଲିବା ସମ୍ଭବ ହୋଇନଥିଲା l  ସେପଟେ ଅଳ୍ପ  ସମୟ ପରେ  ଯାତ୍ରୀ ମାନେ ଫାଟକ ଖୋଲି ବାହାରକୁ ଆସିଥିବା କଥା ବସ ରେ ଆସୁଥିବା ଯାତ୍ରୀ କହନ୍ତି l ବସ ଟି ହୁତୁ  ହୁତୁ  ହୋଇ ଜଳିଯିବାରୁ ଯାତ୍ରୀ ମାନେ ନିଜର ସାମନ ପତ୍ର ଉଦ୍ଧାର କରିବେ କଣ  ଜୀବନ ରକ୍ଷା ଲକ୍ଷ୍ୟରେ ଓହ୍ଲାଇଆସିଥିଲେ l  ଆଉ କିଛି ଯାତ୍ରୀ ଓହ୍ଲାଇ ନପାରି  ନିଆଁ ରେ ଜଳି ପୋଡି ଯାଇଥିବା ର ଅନୁମାନ କରନ୍ତି ସାଥି ଯାତ୍ରୀ l. ବସ ରେ  ମହାକାଳପଡ଼ା ର ଯାତ୍ରୀ  ଭୋଳା ନାଥ ସେଠୀ, ଦିପୁ ସେଠୀ, ଚନ୍ଦନ ବେହେରା, ପ୍ରବୋଧ ଦାସ, ରମେଶ ସରକାର ଓ କାନନ ସରକାର  ଥିବାର  ଜଣାପଡିଛି l ସେମାନେ କଂସାର ବଡ଼ଦାଣ୍ଡୁଆ, ଛପାଲି, ରାମଚଣ୍ଡୀ ଓ. ଜଗତ ଜୋର ଅଂଚଳର ଉଠା ଦୋକାନୀ  ବୋଲି କହନ୍ତି  l. ଦୁର୍ଘଟଣା ପରେ  ପିନ୍ଧା ବସ୍ତ୍ର ବ୍ୟତୀରକେ ଅନ୍ୟ କିଛି ପାଖରେ ନଥିବା ବେଳେ  ପ୍ରଶାସନ ନିଃସ୍ୱ    ମାନଙ୍କୁ ଉଦ୍ଧାର କରି ଖଡ଼ଗ ପୁର ପୋଲିସ ଷ୍ଟେସନ ରେ ରଖିଥିଲେ l ସକାଳୁ ବାଲେଶ୍ୱର ପ୍ରଶାସନ ସେମାନଙ୍କୁ ବ୍ୟବସ୍ଥା ମତେ ଜଳେଶ୍ୱର ପର୍ଯ୍ୟନ୍ତ ଆଣିଥିବା କଥା ଯାତ୍ରୀ କହନ୍ତି l ପରବର୍ତ୍ତୀ ସମୟରେ ପ୍ରଶାସନିକ ସହଯୋଗ ମତେ ସେମାନଙ୍କୁ ନିଜ ନିଜ ଘରକୁ ପଠା ଯିବ ବୋଲି ଯାତ୍ରୀ ମାନେ କହିଛନ୍ତି l l କିନ୍ତୁ ବିଶେଷ ଦୁଃଖର କଥା ଉଠା ଦୋକାନୀ ମାନେ ନିଜର ସୀମିତ ଆର୍ଥିକ ସମ୍ବଳ ଯୋଗାଡ଼ କରି ମାଲ ଧରି ଫେରିବା ବାଟରେ ଦୁର୍ଘଟଣା ର ଶୀକାର ହେବାରୁ ସର୍ବସ୍ୱ ହରାଇଛନ୍ତି l ବହୁଦିନ ଧରି ଉଠା ଦୋକାନୀ ସରକାରଙ୍କୁ ସହାୟତା ପାଇଁ ଦାବି କରୁଥିଲେ ବି ପ୍ରଶାସନ ଚୁପ ଥିଲା l ମାତ୍ର ଏବେ ସବୁ କିଛି ଜଳିଯିବା ପରେ  ସେମାନେ କିଭଳି ପରିବାର ଚଳାଇବେ  ଏନେଇ ମଧ୍ୟ ଚିନ୍ତାରେ ଅଛନ୍ତି l ଦୁର୍ଘଟଣା ଗ୍ରସ୍ତ ଉଠା ଦୋକାନୀ ମାନଙ୍କୁ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ଉଠା ଦୋକାନୀ ସଙ୍ଘ ର କର୍ମକର୍ତ୍ତା ମାନେ ସରକାର ଙ୍କୁ ନିବେଦନ କରନ୍ତି l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!