ମାଲକାନଗିରି,11/11
ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୁଲ୍ୟରେ ଚିତ୍ରକୋଣ୍ଡା ବ୍ଲକ ବଡପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ପତିତପାବନ ବୈଦ୍ୟ, ବ୍ଲକ ଅଧ୍ୟକ୍ଷା, ରଜେଶ୍ୱରୀ ଖିଲ, ବଡ଼ପଡ଼ା ସରପଞ୍ଚ ଓ ନାଏବ ସରପଞ୍ଚ ଯୋଗଦେଇ ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀ ସମସ୍ତଙ୍କୁ ସ୍ବାଗତ ଜଣାଇ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସହାୟତା ସମ୍ପର୍କରେ ଅବଗତ କରାଇଥିଲେ। ସଂଗଠିତ କ୍ଷେତ୍ରରେ ୨୧୯ ଜଣଙ୍କୁ ଏବଂ ଅଣ ସଂଗଠିତ କ୍ଷେତ୍ରରେ ୭୩ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି।
ଆଜିର ଶିବିରରେ ୫୪ ଜଣଙ୍କୁ ଶିକ୍ଷା, ୧୭ ଜଣଙ୍କୁ ମୃତ୍ୟୁ କାଳୀନ, ୧୭ ଜଣଙ୍କୁ ଅନେଷ୍ଟି କ୍ରିୟା, ୯ ଜଣଙ୍କୁ ପ୍ରସୂତି କାଳୀନ ଓ ୧୩ ଜଣଙ୍କୁ ବିବାହ ଜନିତ ଅର୍ଥାତ ମୋଟ ୧୧୦ ଜଣଙ୍କୁ ସମୁଦାୟ ୪୩ ଲକ୍ଷ ୯୪ ହଜାର ୮୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚିନ୍ମୟ ରାଉତରାୟ, ରୀଙ୍କୁରଞ୍ଜନ ଅଧିକାରୀ ଓ ବିଜୟାନନ୍ଦ ପଣ୍ଡା ଉପସ୍ଥିତ ଥିଲେ।