ଲମତାପୁଟ/୧୦/୧୧/୨୦୨୩ ଲମତାପୁଟ ବ୍ଲକ ଅନ୍ତର୍ଗତ ହାଇସ୍କୁଲ ପଡ଼ିଆରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମସ୍ତ ପଂଚାୟତର ସ୍ଵୟଂ ସହାୟକ ଗୋଷ୍ଠୀ। ବ୍ଳକ କର୍ମଚାରୀ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦାନ କରିଥିଲେ। ଏହି vartual programme ମାଧ୍ୟମରେ ଓଡ଼ିଶା 5 t ଅଧ୍ୟକ୍ଷ ଶ୍ରୀ ଭି୍ କେ ପାଣ୍ଢୀୟାନ ଓ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଉପସ୍ଥିତ ଥିବା ସମସ୍ତ ମାଆ ଭଉଣୀଙ୍କି ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ବ୍ଳକ ରେ ଥିବା ପ୍ରତ୍ୟେକ ପଚାୟତ କୁ ପଚାଶ ଲକ୍ଷ ହିସାବରେ ସାତ କୋଟି ପଚାଶ ଲକ୍ଷ ପ୍ରଦାନ କରିଥିଲେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସଠିକ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଆସନ୍ତା ମାସରେ ଶୁଭାରମ୍ଭ ହେବାକୁ ଥିବା ଯୋଜନା ମାନଙ୍କ ମଧ୍ୟରେ ରେ ମହିଳା ମାନେ ଅଧିକ ସୁବିଧା ଉପଲବ୍ଧ ପାଇପାରିବେ ବୋଲି ଜଣାପଡିଛି। ଗ୍ରାମ ରୁ ସହର କୁ ଆସିବା ପାଇଁ ଲକ୍ଷ୍ମୀ ବସ୍ ଚଳାଚଳ। ପାଂଚ ଟଙ୍କା ରେ ଖାଦ୍ୟ ବ୍ୟବସ୍ଥା। ପାଂଚ ହଜାର ଟଙ୍କା ଗର୍ଭ ବତୀ ମହିଳା ମାନଙ୍କ ପାଇଁ ପ୍ରଦାନ ।ମିଶନ ଶକ୍ତି ମହିଳାଙ୍କ ପାଇଁ ପାଂଚ ଲକ୍ଷ ଟଙ୍କା ରଣ ବ୍ୟବସ୍ଥା ପରି ପାଂଚ ଗୋଟି ସୂବିଧା ପ୍ରଦାନ କରାଯାଇଛି