ନବରଙ୍ଗପୁର:-ଆଦର୍ଶ ବିଦ୍ୟାଳୟ କର୍ତ୍ତୃପକ୍ଷ ଦ୍ବାରା ଭଗବାନ ଶ୍ରୀରାମ ଙ୍କ ଅପମାନ ହୋଇଛି ଷଷ୍ଠ ଶ୍ରେଣୀ ଅର୍ଦ୍ଧ ବାର୍ଷିକ ପ୍ରଶ୍ନପତ୍ର ଦ୍ବାରା। ଏହି ପରିପ୍ରେକ୍ଷୀରେ ରାଜ୍ୟବ୍ୟାପୀ ତର୍କ ବିତର୍କ ଚାଲିଥିବା ସ୍ଥଳେ ହିନ୍ଦୁ ମହାସଂଘ ପକ୍ଷରୁ ରାଜ୍ୟ ର ଅନେକ ସ୍ଥାନରେ ବିରୋଧ ହୋଇଛି। ଏହା ବ୍ୟତୀତ କିଛି ସ୍ଥାନରେ ଅନ୍ୟାନ୍ୟ ହିନ୍ଦୁ ସଂଗଠନ ମଧ୍ୟ ବିରୋଧ ଆରମ୍ଭ କରିଛନ୍ତି। ଭଦ୍ରକ ହିନ୍ଦୁ ଜାଗରଣ ମଞ୍ଚ ଏବଂ ବିଶ୍ଵ ହିନ୍ଦୁ ପରିଷଦ ମଧ୍ୟ ଏହି ଘଟଣା କୁ ନେଇ ବିରୋଧୀ କରିଛି। ଇତି ମଧ୍ୟରେ ହିନ୍ଦୁ ମହାସଂଘ ପକ୍ଷରୁ ଅନେକ ଥାନାରେ ଏବଂ ପୋଲିସ ମହାନିର୍ଦ୍ଦେଶକ ଙ୍କ ନିକଟରେ ଅଭିଯୋଗ ହୋଇଛି। କିନ୍ତୁ ବର୍ତ୍ତମାନ ମଧ୍ୟ ଅଧିକାଂଶ ହିନ୍ଦୁ ଘଟଣା ବିଷୟରେ ଅବଗତ ନାହାଁନ୍ତି ଏବଂ ଅନେକ ହିନ୍ଦୁ ଜାଣିବା ପରେ ମଧ୍ୟ ନିଷ୍କ୍ରିୟ ଅଛନ୍ତି। ଏହି ପ୍ରସଙ୍ଗ କୁ ନେଇ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ମାର୍ଗଦର୍ଶକ ଗୋବିନ୍ଦ ଦାସ ତାର ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସେ ନିଜ ସୋସିଆଲ ମିଡ଼ିଆ ରେ ସୂଚନା ଦେଇଛନ୍ତି ଯେ ସଂଖ୍ୟା କମ୍ ହେଉ କି ଅଧିକ ଏଥର ଶ୍ରୀରାମ ଙ୍କ ରାମରାଜ୍ୟ କୁ କାଳ୍ପନାପ୍ରସୂତ ବୋଲି ହିନ୍ଦୁ ମାନଙ୍କର ଭାବନା କୁ ଆଘାତ ଦେଇଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି । ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ହିନ୍ଦୁ ମହାସଂଘ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରାଯିବା ର କାର୍ଯକ୍ରମ ରହିଛି।