Tuesday, August 23, 2022
Homeକୋଟପାଡ଼ ରେ ମହିଳା ବିଜେଡିର ସାଂଗଠାନିକ ବୈଠକ ଅନୁଷ୍ଠିତ

କୋଟପାଡ଼ ରେ ମହିଳା ବିଜେଡିର ସାଂଗଠାନିକ ବୈଠକ ଅନୁଷ୍ଠିତ

କୋଟପାଡ଼ ନୀପ୍ର
କୋରାପୁଟ ଜିଲ୍ଲା କୋଟପାଡ଼ ଏନ୍ ଏ ସି ର କଲ୍ୟାଣୀ ମଣ୍ଡପ ଠାରେ ବିଜୁ ଜନତା ଦଳର ମହିଳା ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାପତି ପାର୍ବତୀ ମସ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ମୁକ୍ତା ଯୋଜନାର ପରାମର୍ଶ ଦତ୍ରୀ ମୀରା ପରିଡ଼ା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ କୋଟପାଡ଼ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆ ନ,କେ ସି ସି ବ୍ୟାଙ୍କ ର ଉପଢକ୍ୟା ଦୂର୍ପୁତା ଭତରା,ଏନ୍ ଏ ସି ଉପା ଧ କ୍ଷା ଏମ ସନ୍ତୋଷୀ,ସୁଚିତ୍ରା ସ୍ୱାଇଁ,ଓ ତୁଳସୀ କିର୍ଷଣୀ,ପ୍ରମୁଖ ଯୋଗ ଦେଇ ଥିଲାବେଳେ କୋଟପାଡ଼ ର ପ୍ରାୟ ତିନିଶହ ମହିଳା ଯୋଗ ଦେଇଥିଲେ।ମୁକ୍ତା ଯୋଜନାର ପରାମର୍ଶ ଦାତା ମୀରା ପରିଡ଼ା ନବୀନ ସରକାରଙ୍କର ମହିଳା ସଶକ୍ିକରଣ ସମ୍ବନ୍ଧରେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ବକ୍ସି,ଜିଲ୍ଲା ଉପସଭାପତି ପଙ୍କଜ କୁମାର ପାତ୍ର,ନଗର ସଭାପତି ଅରିଫ୍ ପଟେଲ,ଯୁବ ସଭାପତି ଶ୍ରିମନ୍ତ ପଣ୍ଡା,,ବ୍ଲକ ସଭାପତି ତପନ ପାଣିଗ୍ରାହୀ,ସାଂସଦ ପ୍ରତିନିଧି ତ୍ରିପତି ମହାନ୍ତି,ସୁଶାନ୍ତ ବକ୍ସି,ସାଗର ପାତ୍ର,ଏମ ଡି ସଲିମ ପ୍ରମୁଖ ଉପସ୍ଥିତ ଥିଲେ,।ସେହିପରି କୋଟପାଡ଼ ବ୍ଲକର ଗୀର୍ଲା ଗ୍ରାମ ପଞ୍ଚାୟତ ଠାରେ ମଧ୍ୟ ଅନୁରୂପ ଭାବେ ଅନୁଷ୍ଠିତ ହୋଇଥିଲା।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!