Tuesday, August 23, 2022
Home*ପୋଖରୀ ରେ ବୁଡି ମାଳିଗୁଡା ଗ୍ରାମର ବୃଦ୍ଧଙ୍କ ମୃତ୍ୟୁ*

*ପୋଖରୀ ରେ ବୁଡି ମାଳିଗୁଡା ଗ୍ରାମର ବୃଦ୍ଧଙ୍କ ମୃତ୍ୟୁ*

ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ମେଦନା ପଞ୍ଚାୟତ ଅଧୀନ ମାଳିଗୁଡା ଗ୍ରାମ ନିକଟରେ ନିଜ ଜମିରେ ଥିବା ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଗୁରୁବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:-  ଡାବୁଗାଁ ବ୍ଲକ ର  ମେଦନା ପଞ୍ଚାୟତ ଅଧୀନ ମାଳିଗୁଡା ଗ୍ରାମର ଦିନୁ ପାଇକ (୬୦) ବୁଧବାର ସକାଳୁ ନିଜ ଘରୁ ବାହାରି ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ | ବହୁ ଖୋଜା ଖୋଜି କରିବା ପରେ ଗୁରୁବାର ସକାଳ ସମୟରେ ମୃତ ଦିନୁ ପିନ୍ଧି ଥିବା ଟି-ସାର୍ଟ ଓ ଗାମୁଛା ନିଜ ଜମିରେ ଥିବା ପୋଖରୀ ହୁଡାରେ ରହିଥିବା ଦେଖିବାକୁ ମିଳିଥିଲା | ଏଥିରେ ଜାଣିବାକୁ ପାଇଥିଲେ ଯେ ମୃତ ଦିନୁ ପୋଖରୀରେ ଗାଧୋଇବା ବେଳେ ଗୋଡ ଖସିଯାଇ ପାଣିରେ ବୁଡିଯାଇଛନ୍ତି | ଏନେଇ ମୃତକ ଙ୍କ ପୁଅ ମାନସାଏ ପାଇକ ଡାବୁଗାଁ ଥାନାରେ ଏତଲା ଦେଇଥିଲେ ଓ ଅଗ୍ନିସମ କେନ୍ଦ୍ରରେ ସୂଚନା ଦେଇଥିଲେ | ପରେ ଅଗ୍ନିସମ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ମଧ୍ୟରୁ  ବୃଦ୍ଧଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରି  ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଉକ୍ତ ଏତଲାକୁ ଭିତ୍ତି କରି  ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ |  ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୩୪/୯.୧୧.୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!