Tuesday, August 23, 2022
Homeରାତି ଅଧାରେ ଖଣ୍ଡାଛୁରୀ ଧରି ଘରେ ପଶିଲେ "ମୁଖପିନ୍ଧା ଦୁର୍ବୁତ୍ତ" ନେଇଗଲେ ସୁନା ଗହଣା

ରାତି ଅଧାରେ ଖଣ୍ଡାଛୁରୀ ଧରି ଘରେ ପଶିଲେ "ମୁଖପିନ୍ଧା ଦୁର୍ବୁତ୍ତ" ନେଇଗଲେ ସୁନା ଗହଣା

ନବରଙ୍ଗପୁର ଜିଲ୍ଲା : ଝରୀଗାଁ ଗୋଟିଏ ପରିବାର ରାତ୍ରି ଭୋଜନ ସାରି ଘୋର ନିଦ୍ରା ରେ ଶୋଇଥିବା ବେଳେ ହଟାତ କିଛି ଦୁର୍ବୁତ୍ତ ହାତରେ ଛୁରୀ, ଖଣ୍ଡା ଧରି ଘରେପଶି ସୁନାଗହଣା ଓ ମୋବାଇଲ ଲୁଟ କରିଥିବା ଘଟଣା ସାମ୍ନାକୁ ଆସିଛି! ସୂଚନାପ୍ରକାରେ  ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଉମରକୋଟ ଥାନା ଅଧୀନରେ ଥିବା ବକଡାବେଢା ଗ୍ରାମର ଦଶାଇ ପନକା(45)ନିଜ ପରିବାର ସହ ରାତ୍ରି ଭୋଜନ ଖାଇ ସରିବା ପରେ ଘୋର ନିଦ୍ରାରେ ଶୋଇଥିବା ବେଳେ ହଟାତ ରାତି ପ୍ରାୟ 2:30ମିନିଟ ସମୟରେ ୨ଜଣ ଦୁର୍ବୁତ୍ତ ମୁଁହ ରେ କଳା କନା ବାନ୍ଧି ହାତରେ ବଡ଼ ବଡ଼ ଛୁରୀ, ଖଣ୍ଡା ଧରି ଘରେ ପଶିଥିଲେ!ଘରେ ପଶି ଦଶାଇ ପନକାଙ୍କ ବୋହୂ ଓ ନାତିର ବେକରେ ଛୁରୀରଖି ଘରେ ଥୁବା ଆଲମିରାର ଲକର ଭାଙ୍ଗି ଗୋଟିଏ ତୁଳାର 2 ଟି ମଙ୍ଗଲସୂତ୍ର,3 ତୁଳା ର 2ଟି ସୁନାର ମାଳି, ଗୋଟିଏ ସୁନା ମୁଦି,2ତୁଳା ର ଗୋଟିଏ ହଳ ସୁନା ଚୁଡ଼ି,2ଗ୍ରାମର ସୁନା ନାକଫୁଲ,2ତୁଳା ର ଦୁଇ ହଳ ସୁନା କାନଫୁଲ, ଏକ ତୁଳା ର ଗୋଟିଏ ହଳ ସୁନାର କାନଝିକା,22ତୁଳା ର ଗୋଟିଏ ହଳ ରୁପା ପାଉଁଜି, ଗୋଟିଏ ରୁପାଚେନ, ଗୋଟିଏ ରୁପା ବ୍ରେସଲେଟ ଓ ତିନୋଟି ମୋବାଇଲ ଡକେଇତ କରି ନେଇଥୁବା ଲିଖୁତ ଅଭିଯୋଗ କରିଛନ୍ତି ଦର୍ଶାଇ ପନକା! ଏହା ପୂର୍ବରୁ ଧୋତ୍ରା ରେ ଥିବା ଏକ ସୁନା ଦୋକାନରେ କିଛି ଦୁର୍ବୁତ୍ତ ଖଣ୍ଡା ଧରି ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇ ଚାଲିଯାଇଥିବା ସିସି ଟିଭି କେମେରାରେ କୈଦ ହୋଇଛି!ଅଭିଯୋଗକୁ ଭିତ୍ତିକରି ଉମରକୋଟ ଥାନା ଅଧିକାରୀ ଦମ୍ବରୁଧର ପ୍ରଧାନ,ଏସଆଇ ଅକ୍ଷୟ ମିଶ୍ର, ଏସଆଇ ସୌମେନ୍ଦ୍ର ସେଠ ଓ ପୋଲିସ ଫୋର୍ସ ଘଟଣା ସ୍ଥଳ ରେ ପହଞ୍ଚି ସନ୍ଧାନୀ କୁକୁର ର ସହାୟତା ରେ ତଦନ୍ତ ଆରମ୍ଭ କରିଥିଲେ!ଉକ୍ତ ଘଟଣା ଟିକୁ କେସ ନଂ 291/23 ଓ ଆଇପିସି ଧାରା 457,380, 34 ରେ ରୁଜୁ କରି ଏସଆଇ ସୌମେନ୍ଦ୍ର ସେଠ ତଦନ୍ତ ଜାରି ରଖୁଛନ୍ତି!ଉମରକୋଟ ଏସ୍‌ପିଓ ମଧୁଶିକା ମିଶ୍ର ଛୁଟି ରେ ଥିବାରୁ ପୋଲିସ ର କୌଣସି ପ୍ରତିକ୍ରିୟାମିଳି ପାରିନାହିଁ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!