Tuesday, August 23, 2022
Home ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ଗଣଧାରଣା ଆଜକୁ ୩ ମାସ ପୂର୍ତ୍ତି ଅବସରରେ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଟାଟା

ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ଗଣଧାରଣା ଆଜକୁ ୩ ମାସ ପୂର୍ତ୍ତି ଅବସରରେ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଟାଟା

 ବ୍ରହ୍ମପୁର, ସ୍ଥାନୀୟ କମାପଲ୍ଲୀ ଛକ ନିକଟସ୍ଥ ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ଗଣଧାରଣା ଆଜକୁ ତିନି ମାସରେ ପହଞ୍ଚିଲାଣି। ଟାଟା ପାୱାର ମ୍ୟାନେଜମେଣ୍ଟ ଜିଲ୍ଲାପାଳ ଙ୍କ ପାଖରେ ଚୁକ୍ତିନାମା ଅନୁସାରେ କାର୍ଯ୍ୟକାରୀ କରିନାହାନ୍ତି। ତା ୧୧.୨.୨୦୧୮ ଫେବୃଆରୀ ମାସରେ ଚେୟାରମେନ୍ ସହିତ ହୋଇଥିବା ଆଲୋଚନା ପ୍ରକାରେ ପ୍ରତିବର୍ଷ ୨୦୦  ପଦବୀ ନିଯୁକ୍ତି ଦେବା ନିମନ୍ତେ ଓ ସାଉଥକୋ କର୍ତ୍ତୃପକ୍ଷ ଙ୍କ ସହିତ ଚୁକ୍ତିନାମା ହୋଇଥିଲା। ଟାଟା ପାୱାର ଆସିଲା ପରେ କୌଣସି କାର୍ଯ୍ୟକାରୀ ନ ହେବାରୁ ୧୯.୪.୨୨ ରେ ଜିଲ୍ଲାପାଳ  ଟାଟା ପାୱାର ମ୍ୟାନେଜମେଣ୍ଟ ଓ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ଯାହା ଆଲୋଚନା କରିଛନ୍ତି ୧୦.୫.୨୨ ରେ ଚିଠି ପତ୍ର ଦ୍ଵାରା ଟାଟା ପାୱାର କୌଣସି କାର୍ଯ୍ୟକାରୀ କରିନାହିଁ। ଟାଟା ପାୱାର ର ପୂର୍ବତନ ସି ଇ ଓ ଓଡ଼ିଶା ବିଜୁଳି କର୍ମଚାରୀ ସଂଘକୁ ଡ଼ାକି ୩ ମାସ ସମୟ ମାଗିଥିଲେ ଓ ଟାଟାର ବର୍ତ୍ତମାନ ସି ଇ ଓ ଜୁନ ୨୦୨୩  ରେ ଡ଼ାକି ଶୀଘ୍ର କାର୍ଯ୍ୟକାରୀ କରିବାକୁ କହିଥିଲେ ମଧ୍ୟ କୌଣସି ଦାବି ପୁରଣ  ହୋଇନାହିଁ। ଆଜି ତା ୭.୧୧.୨୩ ରିଖ ଟାଟା ମ୍ୟାନେଜମେଣ୍ଟ ର କୁଶପୁତ୍ତଳିକା ଦାହ କରାଯାଇଛି।ଚୁକ୍ତିନାମା ଅନୁସାରେ ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘର କାର୍ଯ୍ୟକାରୀ ସଭାପତି,ସମ୍ପାଦକ ଶ୍ରୀ ପଞ୍ଚାନନ ଜେନା,ଶ୍ରୀ ସୁଶାନ୍ତ ଗୌଡ ମତ ପ୍ରକାଶ କରିଛନ୍ତି। ଟାଟା ମ୍ୟାନେଜମେଣ୍ଟ ଓ ଓଡ଼ିଶା ସରକାର ଙ୍କ ଯୌଥ ଉଦ୍ୟୋଗ ହେତୁ ଓଡ଼ିଶା ସରକାର ହସ୍ତକ୍ଷେପ କରିବା ନିହାତି ଆବଶ୍ୟକ ଅଛି ବୋଲି ସଂଘର କାର୍ଯ୍ୟକାରୀ ସଭାପତି କହିଛନ୍ତି। 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!