ଦାମନଯୋଡି,୦୭/୧୧:- ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର ଏକ ସ୍ବେଚ୍ଛାସେବୀ ଗୋଷ୍ଠୀ ପକ୍ଷରୁ ମାଇନ୍ସ ପାଦଦେଶରେ ଥିବା କାରିଡ଼ିଗୁଡ଼ା ଗ୍ରାମରେ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି।'ଦାନରେ ଆନନ୍ଦ' ସନ୍ଦେଶରେ ଅନୁପ୍ରାଣିତ ହୋଇ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ସୁଶୀଲ କୁମାର ପାଢ଼ୀଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ଏହି ସଂଗୋଷ୍ଠୀ ନାଲକୋର ବିଭିନ୍ନ ପାରିପାର୍ଶ୍ବିକ ଗ୍ରାମରେ ଥିବା ଗ୍ରାମବାସୀଙ୍କୁ ପୂର୍ବରୁ ମଧ୍ଯ ଖାଦ୍ୟ ପୂଡ଼ିଆ,କମ୍ବଳ,ସ୍ବଚ୍ଛତା ଓ ଶିକ୍ଷା ସାମଗ୍ରୀ ଆଦି ବିଭିନ୍ନ ପ୍ରକାର ଦୈନଦିନ ବ୍ୟବହାର ଉପଯୋଗୀ ଦ୍ରବ୍ୟ ପ୍ରଦାନ କରାଯାଇଥିଲା।ବୁଧବାର ଏହିକ୍ରମରେ କାରିଡ଼ିଗୁଡ଼ାର ପ୍ରାୟ ଏକ ଶହ ପରିବାରକୁ ପାଣି ଫିଲ୍ଟର,ଖାଦ୍ୟ ପୁଡ଼ିଆ ଆଦି ପ୍ରଦାନ କରାଯାଇଥିଲା।ନାଲକୋ ସମୂହ ମହାପ୍ରବନ୍ଧକ ପ୍ରମୋଦ କୁମାର ବେହେରା, ସୁରେଶ ଚନ୍ଦ୍ର ସାମଲ, ଅମରେନ୍ଦ୍ର କୁମାର ମିଶ୍ର,କେ.ଏଲ.ଜେନା,ଆର.ଏସ.ରାଜୁ,ମହାପ୍ରବନ୍ଧକ ସରୋଜ କୁମାର ନାଥ,ଡିଜିଏମ ବିଛନ୍ଦ ଚରଣ ଦାଶ ଓ ଦେବାଶିଷ ଛୋଟରାୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। ନାଲକୋର ଏହି ସ୍ବେଚ୍ଛାସେବୀ ଗୋଷ୍ଠୀଙ୍କ ଏହି ମହନୀୟ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।