Tuesday, August 23, 2022
Home*ନିଜ ଜିଦ୍ ରେ ଅଟଳ ଅଛି ହିନ୍ଦୁ ମହାସଂଘ, ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଆଦର୍ଶ ବିଦ୍ୟାଳୟ କର୍ତ୍ତୃପକ୍ଷ ବିରୋଧ ରେ ଅଭି

*ନିଜ ଜିଦ୍ ରେ ଅଟଳ ଅଛି ହିନ୍ଦୁ ମହାସଂଘ, ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଆଦର୍ଶ ବିଦ୍ୟାଳୟ କର୍ତ୍ତୃପକ୍ଷ ବିରୋଧ ରେ ଅଭି

ଆଜି ହିନ୍ଦୁ ମହାସଂଘ ତାର କାର୍ଯ୍ୟ ପଦ୍ଧତି କୁ ତିବ୍ର କରିଛି । କାଲି ଆଦର୍ଶ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ଅର୍ଦ୍ଧ ବାର୍ଷିକ ପ୍ରଶ୍ନପତ୍ର ରେ ରାମରାଜ୍ୟ କୁ କାଳ୍ପନାପ୍ରସୂତ ବୋଲି ଲେଖା ଥିବା ଘଟଣା କୁ  ବିରୋଧ କରିବା ପାଇଁ ସମସ୍ତ ହିନ୍ଦୁ ସଂଗଠନ କୁ ଅନୁରୋଧ କରିଥିଲେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଏବଂ ଭବାନୀ ବାହିନୀ ପ୍ରମୁଖ ଜୟଶ୍ରୀ ନାୟକ। ଆଜି ଏହା ର ପ୍ରଭାତ ଦେଖିବାକୁ ମିଳିଛି। ଅନେକ ଯୁବକ ଶିକ୍ଷିତ ବ୍ୟକ୍ତି ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରେ ଏହା ର ଘୋର ନିନ୍ଦା କରିଛନ୍ତି। ଅଭିଯୋଗ ଏବଂ ଏତଲା ବିଭିନ୍ନ ସ୍ଥାନରେ କରା ଯାଇଛି। ଇତି ମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଆଦର୍ଶ ବିଦ୍ୟାଳୟ କର୍ତ୍ତୃପକ୍ଷ ବିରୋଧ ରେ ଅଭିଯୋଗ କରିଛନ୍ତି ବରିଷ୍ଠ ଓକିଲ ତଥା ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର। ଅଭିଯୋଗ ର ତଦନ୍ତ ପରେ ଆଗାମୀ ପଦକ୍ଷେପ କଣ ହେବ ଆଇନ୍ ପରାମର୍ଶଦାତା ମାନଙ୍କ ସହ ଆଲୋଚନା କରି ନିଆଯିବ ବୋଲି ସେ ବ୍ୟକ୍ତ କରିଛନ୍ତି।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!