Tuesday, August 23, 2022
Homeବିଶ୍ୱ ସୁନାମି ଦିବସ ଅବସର ରେ ଧନ ଓ ଜୀବନ ସୁରକ୍ଷା ନେଇ ମକଡ୍ରିଲ ଓ ସଚେତନ ସଭା ଅନୁଷ୍ଠିତ l

ବିଶ୍ୱ ସୁନାମି ଦିବସ ଅବସର ରେ ଧନ ଓ ଜୀବନ ସୁରକ୍ଷା ନେଇ ମକଡ୍ରିଲ ଓ ସଚେତନ ସଭା ଅନୁଷ୍ଠିତ l

ମହାକାଳପଡ଼ା -06/11/23 ବିପର୍ଯ୍ୟୟ ପ୍ରବଣ କେନ୍ଦ୍ରାପଡା ଜିଲ୍ଲା ର ଉପକୂଳ ବ୍ଲକ ମହାକାଳପଡା ର ୩  ସମୁଦ୍ର କୂଳିଆ ପଂଚାୟତ ଗୁଡିକର ସୁନାମି ପ୍ରବଣ ଗାଁ ରେ ବିଶ୍ୱ ସୁନାମି ଦିବସ ପାଳିତ ହୋଇଯାଇଛି l ରବିବାର ବିଶ୍ୱ ସୁନାମି ଦିବସ  ଅବସର ରେ ସମ୍ପୃକ୍ତ ରାଜସ୍ବ ଗ୍ରାମର ବହୁମୁଖି  ବିପର୍ଯ୍ୟୟ ଆଶ୍ରୟ ସ୍ଥଳୀ ର ପରିଚାଳନା କମିଟି ସଭ୍ୟ /ସଭ୍ୟା ଓ ଗ୍ରାମବାସୀଙ୍କ ସହଯୋଗ ରେ ପ୍ରଶାସନ ତରଫରୁ  ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି l   ବତୀଘର ର କଜଳପାତିଆ, ସୁନୀତିର କଣ୍ଟିଲୋ ଓ ଲାଞ୍ଜୁଡା ପଂଚାୟତ ର ଶାସନ ପେଟା ଗାଁ ର ଲୋକେ   ବିପର୍ଯ୍ୟୟ ନେଇ ସତର୍କ ସୂଚନା ମିଳିବା ପରେ  ସୁରକ୍ଷିତ ଆଶ୍ରୟ ସ୍ଥଳୀକୁ ଧାଇଁ ଆସିଥିଲେ l  ସ୍ଥାନାନ୍ତରିତ ଲୋକ ମାନଙ୍କୁ ଆଶ୍ରୟ ସ୍ଥଳୀରେ ଅବସ୍ଥାନ କରାଯାଇଥିଲା l ପରେ ବିପର୍ଯ୍ୟୟ ଅପସରି ଯିବାର ସୂଚନା ମୁତାବକ ନିଜ ନିଜ ଘରକୁ ବାହୁଡ଼ିଥିଲେ l ଇତି ଅବସର ରେ ଆଶ୍ରିତ ମାନଙ୍କ  ସମାବେଶ ରେ ଆଶ୍ରୟ ସ୍ଥଳୀ ଗୁଡିକରେ ସଚେତନ ସଭା ଅନୁଷ୍ଠିତ ହୋଇଥିଲା l  ଶାସନପେଟା ରେ ମହାକାଳପଡ଼ା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ରାଜନଗର ଅଗ୍ନିଶମ ବାହିନୀ, ସରପଞ୍ଚ ସଫଳା ମଲ୍ଲିକ ଓ ତନ୍ତିଆ ପାଳ ସାମୁଦ୍ରିକ ପୋଲିସ ଷ୍ଟେସନ  କର୍ମଚାରୀ ଆଦି   ଉପସ୍ଥିତଥିଲେ l ସେହିପରି କଣ୍ଟିଲୋ ଠାରେ ବ୍ଲକ ମୁଖ୍ୟ ବଳରାମ ବରାଳ ଓ ଡିଆରଏମ ଡିପିଓ ସନ୍ତୋଷ ମହାରଣା ସରପଞ୍ଚ ଭଗବତୀ ମଣ୍ଡଳ ଓ ମହାକାଳପଡ଼ା ଅଗ୍ନିଶମ କର୍ମଚାରୀ  କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ  l ସେହିପରି କଜଳପାତିଆ ରେ ଜମ୍ବୁ ସାମୁଦ୍ରିକ ପୋଲିସ ଷ୍ଟେସନର କର୍ମଚାରୀ, ସରପଞ୍ଚ ଶିବାନୀ ବିଜୁଳି,କେନ୍ଦ୍ରାପଡା ଅଗ୍ନିଶମ କର୍ମଚାରୀ ଓ ଅନ୍ୟାନ୍ୟ ଲାଇନ ଡିପାର୍ଟମେଣ୍ଟ କର୍ମଚାରୀ ଆଦି କାର୍ଯ୍ୟକ୍ରମ ତଦାରଖା କରିଥିଲେ l ସ୍ଥାନୀୟ ଆଇସିଡ଼ିଏସ କର୍ମଚାରୀ, ସ୍ୱୟଂ ସହାୟିକା ଗୋଷ୍ଠୀ, ଯୁବକ ସଙ୍ଘ ଓ ସ୍ବେଛାସେବୀ ସଂଗଠନ ମାନେ ସହଯୋଗ କରିଥିବାର ଜଣାପଡିଛି l ଏତଦ ବ୍ୟତୀତ ସୁନାମି ବିପର୍ଯ୍ୟୟ  କୁ କିଭଳି ନିଆରା ଢଙ୍ଗରେ ଲୋକେ ମୁକାବିଲା କରିଲେ ଧନ, ଜୀବନ  କୁ ସୁରକ୍ଷା ମିଳିବ ଏନେଇ ପ୍ରତ୍ୟେକ ଆଶ୍ରୟ ସ୍ଥଳୀରେ ମାଷ୍ଟରଟ୍ରେନର ମାନେ ଉପସ୍ଥିତ ଲୋକଙ୍କୁ ସଚେତନ କରାଇଥିଲେ l ବାତ୍ୟା, ବନ୍ୟା, ମରୁଡି ଭୂମିକମ୍ପ ବ୍ୟତିରକେ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ରୁ ସୁରକ୍ଷିତ ଧାରା ଉପରେ ଆଲୋଚନା ହୋଇଥିଲା l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!