ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟର ପ୍ରେମ ସ୍ଵକୀୟ ।ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମ ପକ୍ଷରୁ ମାସିକ ସାହିତ୍ୟ ଆସର ସ୍ଥାନୀୟ ଉତ୍କଳ ସମ୍ମିଳନୀର ପାଠାଗାର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ଆସନ୍ତା ଡ଼ିସେମ୍ବର ମାସ ରେ ସଂସଦର ବାର୍ଷିକ ଉତ୍ସବ ହୋବାର ସୂଚନା ପ୍ରଦାନ କରିବା ସହ ଆସରକୁ ପରିଚାଳନା କରିଥିଲେ। ସଂସଦର ଉପଦେଷ୍ଟା ଉମାଚରଣ ମିଶ୍ର ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ। ସଂସଦର ଉପସଭାପତି ଡକ୍ଟର ଅଶୋକ କୁମାର ପଣ୍ଡା ସଭାପତିତ୍ବ କରି ତାଙ୍କ ବକ୍ତବ୍ୟରେ ଉପେନ୍ଦ୍ର ଭଞ୍ଜଙ୍କ ସାମଗ୍ରିକ କାବ୍ୟ ସମ୍ପର୍କରେ କିଭଳି ଭାବେ ପ୍ରେମ ରହିଛି ସୁନ୍ଦର ମତବ୍ୟକ୍ତ କରିଥିଲେ। ଆଲୋଚକ ପ୍ରାଚୀନ ସାହିତ୍ୟ ସଂସଦ ର ସମ୍ପାଦକ ବଂଶୀଧର ସେଠୀ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ଚଉପଦୀ ,ଚଉତୀଶା ଓ ସଙ୍ଗୀତ ରେ କିପରି ପ୍ରେମର ବର୍ଣ୍ଣନା କରାଯାଇଛି ସେ ସମ୍ପର୍କରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। କବିତା ପାଠୋତ୍ସବରେ ସଂସଦର ସହ ସମ୍ପାଦିକା ଗାୟତ୍ରୀ ପାଣିଗ୍ରାହୀ କବିତା ସଂଯୋଜନା କରିଥିଲେ। ଏଥିରେ ଇ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଗଜାନନ ମିଶ୍ର,ବିଜୟ ଚନ୍ଦ୍ର ମିଶ୍ର ,ବଂଶୀଧର ସେଠୀ, ଉମାଚରଣ ମିଶ୍ର,କ୍ଷଣପ୍ରଭା ଶତପଥୀ,ଇ ବିଦ୍ୟୁତ ପ୍ରଭା ଶତପଥୀ, ଚନ୍ଦ୍ର ଶେଖର ମହାପାତ୍ର, ସସ୍ମିତା ମିଶ୍ର,ପ୍ରମୋଦ କୁମାର ପଣ୍ଡା, ଅଜିତ କୁମାର ତ୍ରିପାଠୀ, ଗିରିଜା ଶଙ୍କର ଦାଶ, ନିମାଇଁ ମିଶ୍ର ଆଦି ସ୍ବରଚିତ କବିତା ପାଠ କରିଥିଲେ। ବିଘ୍ନେଶ୍ୱର ସାହୁ, ବ୍ରଜେଦ୍ର କୁମାର ଦାସ ଓ ଡକ୍ଟର ସଞ୍ଜୟ କୁମାର ପଣ୍ଡା ସହଯୋଗ କରିଥିଲେ। ପରିଶେଷରେ ବିଜୟ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।