ନବରଙ୍ଗପୁର: ଡ଼ାବୁଗାଁ ସଦର ମହକୁମା ସ୍ତିତ୍ କାଜୁ ବଡ ରେ ଆଜି ଡ଼ାବୁଗାଁ ଜୟ ଭାରତ ଅଟୋ ମଲିକ ସଂଘର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଲେ । ଆଟୋ ମାଲିକ ସଂଘ ସଭାପତି ମିହିର ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅଟୋ ମାଲିକ ଏବଂ ଚାଳକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରା ଯାଇଥିଲା। ତତ୍ ସଙ୍ଗେ ସଙ୍ଗେ ଆବଶ୍ୟକତାକୁ ଦୃଷ୍ଟିରେରଖି ସଂଘର କିଛି ପଦପଦବୀରେ ମଧ୍ୟ ଅଦଳ ବଦଳ କରାଯାଇଛି । ଏହି ବୈଠକରେ ଉପ ସଭାପତି ଭାବରେ ପ୍ରସାନ୍ତ କୁମାର ପଣ୍ଡା ଓ ବୈରବ ରାଓ ଙ୍କୁ ଉପସଭାପତି ଭାବରେ ମନନୀତ କରାଯାଇଥିଲା ଏବଂ ସନ୍ତୋଷ ସିଂ,କମଲ କଲାର, ନନ୍ଦ କଲାର, ନର ବିଷୟୀ କିଶୋର ପରିଡ଼ା, ଡମ୍ବରୁ ନାୟକ, ଗୋପାଳ ହରିଜନ ,ରନସାୟ ଗୋଡ଼, ତ୍ରିନାଥ ଶଢଙ୍ଗୀ,ଲକି ହରିଜନ ଙ୍କୁ ଏଗଜୁକୁଟୀବ ମେମ୍ବର ରୂପେ ଚୟନ କରାଯାଇଛି। ଏହି ବୈଠକରେ ୧୦୦ରୁ ଉର୍ଦ୍ଧ୍ବ ଅଟୋ ମାଲିକ ମାନେ ଯୋଗ ଦେଇଥିଲେ। ଜୟ ଭାରତ ଅଟୋ ମାଲିକ ସଂଘର ସଭାପତି ମିହିର ଶଙ୍କର ପାତ୍ର ଓ ସମ୍ପାଦକ ଗଗନ ଗନ୍ତାୟତ ସଭା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଂଘର ସମସ୍ତ ସଦର୍ଶ ମାନଙ୍କ ପ୍ରଚେଷ୍ଟାରେ ଆଜିର କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେଲା।