Tuesday, August 23, 2022
Homeଖବର ପ୍ରସାରଣ ପରେ ନିଦ ଭାଙ୍ଗିଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର,ଡାବୁଗାଁ ବ୍ଲକରେ ନକଲି ଡାକ୍ତର ଚିହ୍ନଟ ଆରମ୍ଭ

ଖବର ପ୍ରସାରଣ ପରେ ନିଦ ଭାଙ୍ଗିଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର,ଡାବୁଗାଁ ବ୍ଲକରେ ନକଲି ଡାକ୍ତର ଚିହ୍ନଟ ଆରମ୍ଭ

ନବରଙ୍ଗପୁର:(ଡାବୁଗାଁ) ଖବର ପ୍ରସାରଣ ପରେ ନିଦ ଭାଙ୍ଗିଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର,ଡାବୁଗାଁ ବ୍ଲକରେ ନକଲି ଡାକ୍ତର ଚିହ୍ନଟ ଆରମ୍ଭ।ରାଜ୍ୟ ସରକାର ମେଡିକାଲ ଗୁଡ଼ିକର ଉନ୍ନତି ପାଇଁ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ଡାବୁଗାଁ ମେଡିକାଲରେ ଡାକ୍ତର ଅଭାବ କାରଣରୁ ରୋଗୀ ସେବା ବ୍ୟାହତ ହେଉଛି। ଏହାର ସୁଯୋଗ ନେଇ ଡାବୁଗାଁ ଅଂଚଳରେ  ନକଲି ଡାକ୍ତର ବା କ୍ୱାକମାନେ ଗାଁ ଗହଳିରେ ମାଳ ମାଳ କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା କରୁଛନ୍ତି।ଏହିଭଳି କ୍ୱାକ୍‍ ବା ନକଲି ଡାକ୍ତର ବର୍ତ୍ତମାନ  ଅଞ୍ଚଳରେ କାୟା ବିସ୍ତାର କରିବାରେ ଲାଗିଛନ୍ତି। ଦିନକୁ ଦିନ ବଡିବାକୁ ଲାଗିଛି ଆଦିବାସୀ ଅଞ୍ଚଳରେ କ୍ବାକ୍‌ଙ୍କ ଶୋଷଣ। ଥଣ୍ତାକାଶଠାରୁ ଆରମ୍ଭ କରି ଝାଡ଼ା, ମ୍ୟାଲେରିଆ ହେଉ କିମ୍ବା କୌଣସି ବଡ଼ ଧରଣର ରୋଗ ହେଉ। ସ୍ବାସ୍ଥ୍ୟକେନ୍ଦ୍ର ଯାଇ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବାକୁ ପରାମର୍ଶ ଦେବା ପରିବର୍ତ୍ତେ ନିଜେ ଚିକିତ୍ସା କରୁଛନ୍ତି। ରୋଗୀଙ୍କୁ ସାଲାଇନ୍, ଇଞେକ୍ସନଠାରୁ ଆରମ୍ଭ କରି ସତମିଛ କହି ବିଭିନ୍ନ ପ୍ରକାରର ଔଷଧ ଦେଇ ଶୋଷଣ କରିବାରେ ଲାଗି ପଡ଼ିଛନ୍ତି ଏହି କ୍ବାକ୍‌ ଡାକ୍ତର।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଡାବୁଗାଁ ବ୍ଲକ ମେଦନା ସଦର ମହକୁମାରେ। ଏହି ଅଂଚଳରେ ଚିକିତ୍ସା ଗାଁ ଗାଁ ବୁଲି ଚିକିତ୍ସା କରୁଛି ଜଣେ ନକଲି ଡାକ୍ତର ।ସେ ବଙ୍ଗାଳି ଡାକ୍ତର ଭାବେ ନିଜର ପରିଚୟ ଦେଇ ରୋଗୀସେବା ବାହାନାରେ ଅଦିବାସୀଙ୍କୁ  ଶୋଷଣ କରୁଛି।
ଏହି ଖବର ପ୍ରକାଶ ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ତଦନ୍ତ ଆରମ୍ଭ ହେଇଯାଇଛି ଡାବୁଗାଁ ବ୍ଲକରେ।ଏହି ନକଲି ଡାକ୍ତର ମାନଙ୍କ ସବୁ ପ୍ରକାର ସାର୍ଟିଫିକେଟ ,ଲାଇସେନ୍ସ ତଥା କେଉଁ ଜାଗାରୁ ନକଲି ଔଷଦ ଆଣି ନୁଜ କାରବାର ଚଳାଇଛନ୍ତି ତାହାବି ତଦନ୍ତ ହେବ ବୋଲି ଜଣାପଡ଼ିଛି।ବର୍ତ୍ତମାନ ଦେଖିବାକୁ ବାକି ରହିଲା ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ତଥା ନବରଙ୍ଗପୁର CDM କଣ ପଦକ୍ଷେପ ନେଉଛନ୍ତି ଏସବୁ ରାକିବା ପାଇଁ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!