ନବରଙ୍ଗପୁର:-ଓଡ଼ିଶା ସରକାରଙ୍କ ଗ୍ରାମାଭିମୁଖ୍ ଯୋଜନା "ଆମ ଓଡ଼ିଶା ନବୀନ ଓଡ଼ିଶା" ମାଧ୍ୟମରେ ସମସ୍ତ ପଞ୍ଚାୟତକୁ ସୁଦୃଢ କରି ଗଢି ତୋଳିବା ଏହାର ମୂଳ ଲକ୍ଷ୍ୟ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମି ର ଉନ୍ନତି ପ୍ରତି ଗାଆଁ ର ବିକାଶ ର ଶିଖର ରେ ପହଞ୍ଚାଇବା ଆମର ସୁଦୃଢ଼ ସାଂସ୍କୃତିକ ଭିତ୍ତିଭୂମିକୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡ଼ିଶା କୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ। ଆମ ଓଡ଼ିଶା ନବୀଜ ଓଡ଼ିଶା ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାରେ ୯୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲା ର ୨ ହଜାର ୯୪୨ ବି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଶୁଭାରମ୍ ପ୍ରତି ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି ୫ ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ନବରଙ୍ଗପୁର ଜିଲ୍ଲା ର ସମସ୍ତ ପଞ୍ଚାୟତ ପାଇଁ ୫୦ ଲକ୍ଷ ଟଙ୍କା ସରକାରଙ୍କ ଦ୍ବାରା ଦିଆଯାଇଛି ବୋଲି କହିଥିଲେ I ନବରଙ୍ଗପୁର ଜିଲ୍ଲାରେ ସମୁଦାୟ ୧୮୯ ଟି ପଞ୍ଚାୟତ ଥିବାବେଳେ ଏଥିପାଇଁ ମୋଟ ୯୪ କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ନବରଙ୍ଗପୁର ଜିଲ୍ଲାରେ ସମୁଦାୟ ୧୮୯ ଟି ପଞ୍ଚାୟତ ଥିବାବେଳେ ଏଥିପାଇଁ ମୋଟ ୯୪ କୋଟି ୫ ଲକ୍ଷ ଟଙ୍କା ମଞ୍ଜୁର କରା ଯାଇଛି । ଉମରକୋଟ ବ୍ଲକରେ ଥିବା ୨୬ ପଞ୍ଚାୟତରେ ୩୯୪ ଟି ବିକାଶମୁଖୁ କାମ ପାଇଁ ମୋଟ ୧୩ କୋଟି ଟଙ୍କା ସରକାର ମଞ୍ଜୁର କରିଛନ୍ତି ।ଏଭଳି ଡାବୁଗାଁ ବ୍ଳକର ୧୨ଟି ପଂଚାୟତ ପାଇଁ ୬କଟି ଟଙ୍କାଆଞ୍ଜୁର ହେଲା। ଡାବୁଗାଁ ର ଏହି କାର୍ଯ୍ୟକ୍ରମରେ ବିଡ଼ିଓ ସରତ ମାଝୀ,ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ସମ୍ପ୍ରସାରଣ ଅଧିକାରୀ ଏଡି ପ୍ରସାଦ,ଜିଲ୍ଲା ପରିଷଦ ଜୋନ 2 ଧନସିଂ ମାଝୀ, ଜୋନ ୧ ଗୁପ୍ତ ବିଷୋୟୀ, ବ୍ଳକ ଅଧ୍ୟକ୍ଷା ବିଣା ମାଝୀ, ଡାବୁଗାଁ ବ୍ଲକ ର ସମସ୍ତ ସରପଞ୍ଚ , ସମିତି ସଭ୍ୟ,ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ସମେତ ଅନେକ ବିଜେଡି କର୍ମୀ ଉପସ୍ଥିତ ଥିଲେ