Tuesday, August 23, 2022
Homeମରୁଡି ଘୋଷଣା ସହ ଟାଟା ପାୱାର ଜୁଲମ ଓ ପିସି କାରବାର ବନ୍ଦ ଦାବିରେ କାଲିମେଳା ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ବିଜେପି କ

ମରୁଡି ଘୋଷଣା ସହ ଟାଟା ପାୱାର ଜୁଲମ ଓ ପିସି କାରବାର ବନ୍ଦ ଦାବିରେ କାଲିମେଳା ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ବିଜେପି କ

ମରୁଡି ଘୋଷଣା ସହ ଟାଟା ପାୱାର ଜୁଲମ ଓ ପିସି କାରବାର ବନ୍ଦ ଦାବିରେ କାଲିମେଳା ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ବିଜେପି କର୍ମୀ 


କାଲିମେଳା,  ମାଲକାନଗିରି ଜିଲ୍ଲା ରେ ଚଳିତ ବର୍ଷ କମ୍ ବୃଷ୍ଟିପାତ ହେବା ସହ କେନାଲ ପାଣି ସଠିକ୍ ଭାବେ ଜମିରେ ପହଂଚି ନପାରିବାରୁ ଅଞ୍ଚଳରେ ମରୁଡି ପରିସ୍ଥିତି ଉତ୍କଟତର ହୋଇଛି l ରଣ କରି ଚାଷ କରୁଥିବା ହଜାର ହଜାର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଚାଷ ହେଲେ ନିଜେ ଦି ମୁଠା ଖାଇବା ସହ ନିଜ ପରିବାର ଲୋକଙ୍କ ମୁହଁରେ ଦାନା ଯୋଗାଇ ବେ l କିନ୍ତୁ ଗୋଟିଏ ପରେ ଦଇବ ଆଓ ଗୋଟିଏ ପଟେ ରାଜ୍ୟ ସରକାର ଙ୍କର ଚାଷିଙ୍କୁ ଜଳ ସେସନ ବ୍ୟବସ୍ତା ଚାଷିଙ୍କ ଅଣ୍ଟା ଭାଙ୍ଗି ଦେଇଚି l ପାଣି ନ ପାଇ ଚାଷ ଜମି ଗୁଡିକ ଫାଟି ଆଁ କଲାଣି ତ କେଉଁଠି ଧାନ ଗଛ ଗୁଡିକ ଶୁଖିଲା ହୋଇଯାଇଚି l ତେବେ ଚାଷି ମାନେ ଦୁଃଖ ଦୁର୍ଦଶା ରେ ଥିବା ଦେଖି  ବିଜେପି ଦଳ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି l କାଲିମେଳା ବ୍ଲକକୁ ମରୁଡି ଘୋଷଣା, ଟାଟା ପାୱାର ର ମନମୁଖୀ ଶାସନ ଏବଂ ବ୍ଲକ ରେ ପିସି କାରବାର ବନ୍ଦ ଭଳି ବିଭିନ୍ନ ଦାବି ନେଇ ଆଜି ମାଲକାନଗିରି ଜିଲ୍ଲା ବିଜେପି ନେତୃତ୍ଵରେ କାଲିମେଳା ବିଜେପି ପକ୍ଷରୁ  ବ୍ଲକ ଘେରାଉ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ସହ ସହ ବିଜେପି କର୍ମୀ ନେତା ଓ ସାଧାରଣ ଜନତା ଚାଷୀ କୂଳ ମାନେ  କାଲିମେଳା ହାଟ ପଦା ଠାରୁ  ପଦଯାତ୍ରା ରେ ବାହାରି କାଲିମେଳା ସହର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଁଚି ସେଠାରେ ବିଜେଡି ସରକାର ଙ୍କ ବିରୋଧରେ ନାରା ବାଜି ଦେବା ସହ ଧାରଣା ଦେଇଥିଲେ l ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କର ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଉଦ୍ଦେଶ୍ଯ ରେ  ୪ ଦଫା ଦାବୀ ପ୍ରଦାନ ପ୍ରଦାନ କରିଥିଲେ l ଉକ୍ତ ଦାବି ମଧରେ କାଲିମେଳା ବ୍ଲକ ର ୨୩ ପଞ୍ଚାୟତ କୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବା, ଚାଷୀମାନେ ନେଇଥିବା ଋଣ ଛାଡ଼, ଆମ ଅଞ୍ଚଳକୁ ସମ୍ପୂର୍ଣ୍ଣରୂପେ ଜଳ ସେଚନର ବ୍ୟବସ୍ଥା କରିବା ସହ ଫସଲ ବୀମା ଚାଷୀଙ୍କୁ ପ୍ରଦାନ କରିବା, ଟାଟା ବିଦ୍ୟୁତ ସଂସ୍ଥା ର ମନମୁଖୀ କାର୍ଯ୍ୟକଳାପ ପାଇଁ ସହ ସହ ଉପଭୋକ୍ତ ଆଜି ଶୋଷଣ ର ଶୀକାର ହେଉଛନ୍ତି l ଏବଂ ବ୍ଲକ ସମେତ ସବୁ ସରକାରୀ କାର୍ଯ୍ୟାଳୟ ରେ ପିସି କାରବାର ଏତେ ମାତ୍ରାରେ ବୃଦ୍ଧି ପାଇଚି ଯେ ଅଞ୍ଚଳର ଉନ୍ନତି ଧିମେଇ ଯାଉଚି ତେଣୁ ବ୍ଲକ କୁ ମରୁଡି ଘୋଷଣା ସହ ରଣ ଛାଡ କରିବାକୁ  ଚାଷୀ ମାନେ ଦାବି କରିଛନ୍ତି ନହେଲେ ଆଗାମୀ ଦିନରେ ଚାଷୀ ଆନ୍ଦଳନ ତୀବ୍ର ରୂପ ନେବ ବୋଲି ବିଜେପି ନେତାମାନେ କହିଛନ୍ତି ।ଆଜି ଏହି କାର୍ଯ୍ୟକ୍ରମରେ କାଲିମେଳା ବ୍ଲକ ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ ଙ୍କ ନେତୃତ୍ଵରେ  ବିଜେପି ଜିଲ୍ଳା ସଭାପତି ନିମାଇଁ ଚନ୍ଦ୍ର ପାଲ, ଜିଲ୍ଲା ବିଜେପି ଏସ୍. ସି. ମୋର୍ଚାର ସଭାପତି ଉତ୍ତମ୍ ରାୟ, ଏସ୍. ଟି. ମୋର୍ଚାର ସାଧାରଣ ସମ୍ପାଦକ ନରସିଂହ ମାଡକାମୀ, ମାଲକାନଗିରି ନିର୍ବାଚନ ମଣ୍ଡଳୀ ର ସଂଯୋଜକ ନିହାର ରଞ୍ଜନ ରାୟ, ପୂର୍ବତନ ଜିଲ୍ଲାପରିଷଦ ପ୍ରମିଳା ଦାସ, ପୂର୍ବତନ ଜିଲ୍ଲାପରିଷଦ ସଭ୍ଯ ସମୀର ମିସ୍ତ୍ରୀ, ସାଧାରଣ ସମ୍ପାଦକ ଗଙ୍ଗାଧର ସୋଡ଼ୀ, ବିଧାୟକ ପ୍ରତିନିଧି ରାଜକିଶୋର ମଣ୍ଡଳ, ପୁର୍ବତନ ସରପଞ୍ଚ ବଜା ମାଡକାମି ଙ୍କ ସମେତ  ମହିଳା, ପୁରୁଷ   ଶୁଖୁଲା ଧାନ ଗଛ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଥିଲେ l କର୍ମୀ ମାନେ ବ୍ଲକ କାର୍ଯ୍ୟାଳୟ ପରିସରରେ ପହଁଞ୍ଚିବା ପରେ ପୋଲିସ କର୍ମଚାରୀ ମାନେ ତାଙ୍କୁ ବ୍ଲକ କାର୍ଯ୍ୟାଳୟ ଭିତରକୁ ଛାଡି ନ ଥିଲେ ପରେ ବିଜେପି କର୍ମୀ ମାନେ ଗେଟ ଖୋଲି ଭିତରକୁ ଧସେଇ ପଶିଥିଲେ  l ଏତଦ୍ ବ୍ୟତୀତ ଅନ୍ୟାନ୍ୟ ଦାବୀ ମଧରେ କାଲିମେଳା ର ପ୍ରାୟ ଗ୍ରାମ ଗୁଡ଼ିକର ରାସ୍ତାରେ ବିଦ୍ୟୁତ୍ ବ୍ୟବସ୍ଥା ନଥିବା ହେତୁ ଅନ୍ଧାର ରହୁଅଛି ଏଣୁ ଆଲୁଅର ବ୍ୟବସ୍ଥା କରିବା, ଆବାସ ଯୋଜନାର ସମୟସୀମା ବୃଦ୍ଧି କରିବା ସହିତ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫଳକରୁ ବିଜୁ ବାବୁଙ୍କ ଫୋଟ ଉଚ୍ଛେଦ କରିବା ଭଳି ଦାବି କରା ଯାଇଛି କାଲିମେଳା ବ୍ଲକ୍‌ରେ ଅତ୍ୟାଧିକ ମାତ୍ରାରେ ପି.ସି. କାରବାର ଚାଲୁଥିବା ବେଳେ ପି.ସି. କାରବାରକୁ  ବନ୍ଦ କରିବା ଦାବୀ କରିଛି ବିଜେପି l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!