Tuesday, August 23, 2022
Homeରକ୍ତଦାନ ଶିବିର ସଚେତନତା ରାଲି ଅନୁଷ୍ଠିତ

ରକ୍ତଦାନ ଶିବିର ସଚେତନତା ରାଲି ଅନୁଷ୍ଠିତ

ଭଞ୍ଜନଗର,୦୩/୧୧ : ତେନ୍ତୁଳିଆ ଶାସନ  ଦେବସ୍ଥାନ ମହାବିଦ୍ୟାଳୟ ଯୁବରେଡ଼କ୍ରସ, ଜାତୀୟ ସେବା ଯୋଜନା ଏବଂ ସମର ଶିକ୍ଷାର୍ଥୀ ବାହିନୀ ର ମିଳିତ ଉଦ୍ୟମରେ  ଏକ ରକ୍ତଦାନ  ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ  ମହାବିଦ୍ୟାଳୟ ର ଅଧକ୍ଷ ଡ଼ଃ ରମଣୀ ରଞ୍ଜନ ମିଶ୍ର ଆନୁଷ୍ଠାନିକ ଭାବେ  ଉଦଘାଟନ କରିଥିଲେ। ସଂମ୍ମାନୀତ ଅତିଥିଭାବେ  ପ୍ରାଧ୍ୟାପକ ବଦ୍ରିନାରାୟଣ ପାତ୍ର ଯୋଗଦେଇ ନିଜର ଅଭିଭାଷଣରେ କହିଥିଲେ ଯେ ଏହି ପ୍ରକାର କାର୍ଯ୍ୟକ୍ରମ ନିଶ୍ଚିତ ଜନସାଧାରଣ ଙ୍କ ମନରେ  ସଚେତନତା ସୃଷ୍ଟି  କରିପାରିବ। ଆସନ୍ତା ତା -10.11.23 ରିଖ ଶୁକ୍ରବାର ଦିନ ମହାବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ଏହି ପ୍ରରିପ୍ରେକ୍ଷ ରେ ଏକ ସଚେତନତା ରାଲି  ଯୁବ ରେଡ଼କ୍ରସ ଅଧିକାରୀ ଅଧ୍ୟାପକ ବସନ୍ତ  କୁମାର  ଶତପଥି ଙ୍କ ତତ୍ତ୍ୱବଧାନ  ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜାତୀୟ ସେବା ଯୋଜନା ଅଧିକାରୀ  ଅଧ୍ୟାପକ ସୁଧୀର କୁମାର ପଟ୍ଟନାୟକ, ଅଧିକାରିଣୀ ଅଧ୍ୟାପିକା ସୁଶ୍ରୀ ସଂଗୀତା ମହାପାତ୍ର ଏବଂ ସମର ଶିକ୍ଷାର୍ଥୀ  ବାହିନୀର ଅଧିକାରୀ କ୍ୟାପଟେନ ଦୀପକ କୁମାର ନାୟକ  ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ସ୍ବେଛାସେବୀ ଓ ସ୍ୱେଚ୍ଛାସେବୀନି ଏବଂ ଅଧ୍ୟାପକ ,ଅଧ୍ୟାପିକା  ଯୋଗ ଦେଇଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!