ଭଞ୍ଜନଗର,୦୩/୧୧ : ଜଗନ୍ନାଥ ପ୍ରସାଦ ବ୍ଳକ ବିଡ଼ିପୁର ସ୍ଥିତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା,ଯୁବରେଡ଼କ୍ରସ ଏବଂ ସମର ଶିକ୍ଷାର୍ଥୀ ବାହିନୀ ର ମିଳିତ ଆନୁକୂଲ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଏକ ଦୁର୍ନୀତି ନିବାରଣ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧକ୍ଷ ଡ଼ଃ ରମଣୀ ରଞ୍ଜନ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଂମ୍ମାନୀତ ଅତିଥିଭାବେ ପ୍ରାଧ୍ୟାପକ ବଦ୍ରିନାରାୟଣ ପାତ୍ର ଯୋଗଦେଇଥିଲେ । ସ୍ୱେଚ୍ଛାସେବୀ ଓ ସ୍ବେଛାସେବିନୀ ବୃନ୍ଦ ଡକାଵାଜି ଯନ୍ତ୍ର ମାଧ୍ୟମରେ ମହାବିଦ୍ୟାଳୟ ନିକଟସ୍ଥ ବି.ଡି. ପୁର, ଗୁଡ଼ିପଲ୍ଲୀ ଇତ୍ୟାଦି ଗ୍ରାମକୁ ଯାଇ ଲୋକମାନଙ୍କୁ ସଚେତନ କରାଇଥିଲେ। ଯୁବ ରେଡ଼କ୍ରସ ଅଧିକାରୀ ଅଧ୍ୟାପକ ବସନ୍ତ କୁମାର ଶତପଥି , ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସୁଧୀର କୁମାର ପଟ୍ଟନାୟକ, ଅଧିକାରିଣୀ ଅଧ୍ୟାପିକା ସୁଶ୍ରୀ ସଂଗୀତା ମହାପାତ୍ର ଏବଂ ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀ କ୍ୟାପଟେନ ଦୀପକ କୁମାର ନାୟକ ସହଯୋଗରେ ଉକ୍ତ ରାଲି ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ସ୍ବେଛାସେବୀ ଓ ସ୍ୱେଚ୍ଛାସେବୀନି, ଅଧ୍ୟାପିକା ଟିକିଚନ୍ଦ୍ରିକା ସ୍ୱାଇଁ, ମିନତୀ କୁମାରୀ ସ୍ୱାଇଁ, ମଧୁସ୍ମିତା ପ୍ରଧାନ ଓ ଅଧ୍ୟାପକ ସଞ୍ଜୁ ଖଡିଆ, ଚନ୍ଦନ କୁମାର ସାହୁ, ଖେଳ ଶିକ୍ଷକ ପ୍ରଣାକୃଷ୍ଣ ଗୌଡ଼ ସମେତ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ