Tuesday, August 23, 2022
Homeଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗିତା ରେ ଭଞ୍ଜନଗର ବ୍ଳକର ସଫଳତା

ଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗିତା ରେ ଭଞ୍ଜନଗର ବ୍ଳକର ସଫଳତା

ଭଞ୍ଜନଗର,୦୩/୧୧ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଭି.ଭି ଗିରି ସରକାରୀ ମହିଳା ମାଧ୍ୟମିକ ତାଲିମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ଶିଶୁମହୋତ୍ସବ ସୁରଭି ପ୍ରତିଯୋଗିତାରେ ଭଞ୍ଜନଗର ବ୍ଳକ୍ କୁ ଚାରିଗୋଟି ସଫଳତା ମିଳିଛି ା କନିଷ୍ଠ ବର୍ଗର କଣ୍ଠ ସଙ୍ଗୀତରେ ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ବୈଷ୍ଣବୀ  ପ୍ରଧାନ ପ୍ରଥମ ହୋଇ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ନିମିତ୍ତ ଯୋଗ୍ୟ ବିବେଚିତ ହୋଇଥିବା ବେଳେ କନିଷ୍ଠ ବର୍ଗ ବତ୍କୃତାରେ ଜବାହାର ଉଚ୍ଚ ବିଦ୍ୟାଳୟ ବଡକୋଦଣ୍ଡାର ଛାତ୍ର ରୁଦ୍ର ସ୍ବାଇଁ ପ୍ରଥମ ସ୍ଥାନ, କବି ସମ୍ରାଟ ମହାବିଦ୍ୟାଳୟର ଛାତ୍ରୀ ଶତାବ୍ଦୀ ତ୍ରିପାଠୀ ବରିଷ୍ଠ ବର୍ଗର ବକ୍ତୃତାରେ ପ୍ରଥମ ଏବଂ ଓଡିଶା ମିଲେଟସ୍ ବକ୍ତୃତା ରେ ଦୀନବନ୍ଧୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ମୃତିରାଣି ସାହୁ ପ୍ରଥମ ସ୍ଥାନ ଅଧକାର କରି ରାଜ୍ୟ ସ୍ତରୀୟ ସୁରଭି ଓ ଓଡିଶା ମଲେଟସ୍ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ା ସେହିପରି ଦଳଗତ ସାଂସ୍କୃତିକ ନୃତ୍ୟରେ ବ୍ଳକର ବିଞ୍ଜଗିରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ଜିଲ୍ଲା ସ୍ତରରେ  ଦ୍ବିତୀୟ ସ୍ଥାନ ଅଧିକାର କରି ବ୍ଳକ ପାଇଁ ସୁନାମ ଆଣିଛନ୍ତି ା  ବ୍ଳକ  ବିଇଓ ଏସ୍ ଧନଞ୍ଜୟ ସମସ୍ତ କୃତୀ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ,ପ୍ରଧାନ ଶିକ୍ଷକ ପ୍ରଧାନ ଶିକ୍ଷୟିତ୍ରୀ ତଥା ସି.ଆର୍.ସି.ସି ମାନଙ୍କୁ ଏହି ସଫଳତା ପାଇଁ ଶୁଭେଛା ଜଣାଇଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!