Tuesday, August 23, 2022
Homeଜିଲ୍ଲାସ୍ତରୀୟ କ୍ରୀଡ଼ାରେ ସରସ୍ଵତୀ ବିଦ୍ୟାମନ୍ଦିରର ସଫଳତା

ଜିଲ୍ଲାସ୍ତରୀୟ କ୍ରୀଡ଼ାରେ ସରସ୍ଵତୀ ବିଦ୍ୟାମନ୍ଦିରର ସଫଳତା

ଦାମନଯୋଡି,୦୩/୧୧:- କୋରାପୁଟ ଜିଲ୍ଲାର ବିଦ୍ୟାଳୟ ସମୂହ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଏରୋନେଟିକ୍ସ ଡିଏଭି ଦ୍ଵାରା ହାଲ ଷ୍ଟାଡିୟମ ଠାରେ ନଭେମ୍ବର ୧ ଓ ୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି।ଏହି କ୍ରୀଡା ପ୍ରତିଯୋଗିତାରେ ସରସ୍ଵତୀ ବିଦ୍ୟାମନ୍ଦିର, ଦାମନଯୋଡିର ତିନି ଜଣ କ୍ରୀଡାବିତ ବସୁ ଗୌଡ଼,ସସ୍ମିତା ଟାକ୍ରୀ ଓ କାମିନୀ ପାଙ୍ଗି କ୍ରୀଡା ଶିକ୍ଷକ ଡ.ନିରୋଦ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିଥିଲେ।ଅଷ୍ଟମ ଶ୍ରେଣୀର ଛାତ୍ର ବାସୁ ଗୌଡ଼ ଡିସକସ୍ ଥ୍ରୋରେ ସ୍ଵର୍ଣ୍ଣ ପଦକ ସହ ୬୦୦ ମିଟର ଦୌଡ଼ରେ ରୌପ୍ୟପଦକ ପାଇଛନ୍ତି।କ୍ରୀଡାବିତଙ୍କ ଉତ୍କୃଷ୍ଟ  ଖେଳ ପ୍ରଦର୍ଶନ ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ,ସମ୍ପାଦକ,ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଉନ୍ନତି କାମନା କରିଛନ୍ତି ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!