ବୁଗୁଡ଼ା, ସ୍ଥାନୀୟ ପିପୁଲ୍ସ
କଲେଜ ଏନ୍ ଏସ୍ଏସ୍ ମହିଳା ୟୁନିଟ୍-୨ର
ସପ୍ତଦିବସୀୟ ସ୍ଵତନ୍ତ୍ର ଶିବିର ଉଦ୍ଯାପିତ
ହୋଇଯାଇଛି। କଲେଜ ଅଧ୍ୟକ୍ଷ ହରିକୃଷ୍ଣ
ନାୟକଙ୍କ ପୌରୋହିତ୍ୟରେ କାର୍ଯକ୍ରମ ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା ।ପ୍ରୋଗ୍ରାମ ଅଫିସର ଶୁଭସ୍ମିତା ମହାପାତ୍ର ଙ୍କ ତତ୍ତ୍ଵାବଧାନରେ 50 ଜଣ ସ୍ବେଛାସେବୀ ପୋଷ୍ୟଗ୍ରାମ ବରଡିପଲ୍ଲୀ ଠାରେ 7 ଦିନିଆ କାର୍ଯକ୍ରମ କରିଥିଲେ । ଯେଉଁଥିରେ ପ୍ରଥମ ଦିନ,ପ୍ରତ୍ୟେକ ଘରକୁ ଯାଇ ଜୀବନ ଜୀବିକା ସମ୍ପର୍କିତ ସର୍ଭେ କରିଥିଲେ ।ଦ୍ଵିତୀୟ ଦିନ, ଗ୍ରାମର ପରିବେଶକୁ ସଫା କରିବା ସହ ତୃତୀୟ ଦିନ,ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ କରାଯାଇଥିଲା ।ଏହା ସହ ଚତୁର୍ଥ ଦିନ,ନାରୀମାନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ପୋଷ୍ଟର ପ୍ରତିଯୋଗିତା ସହ ନାଟକ ମାଧ୍ୟମରେ ଗ୍ରାମର ଲୋକ ମାନଙ୍କୁ ସଚେତନତା କରାଇଥିଲେ।ପଞ୍ଚମ ଦିନ,ଗ୍ରାମର ପ୍ରତ୍ୟେକ ଲୋକଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଷଷ୍ଠ ଦିନ,ବୁଗୁଡ଼ା ଆଇଆଇସି ଶର୍ମିଷ୍ଠା ପ୍ରଧାନ ଯୋଗ ଦେଇ ପ୍ରତ୍ୟେକ ଆଇନଗତ ନିୟମ ସମ୍ବନ୍ଧରେ ସୂଚନା ଦେବା ସହ ,ଛାତ୍ରୀମାନେ ପଥପ୍ରାନ୍ତ ନାଟକ ମାଧ୍ୟମରେ ନାରୀ ନିର୍ଯ୍ୟାତନା,ନାରିଶିକ୍ଷା,ଯୌତୁକ ପ୍ରଥା ଏବଂ ସଡ଼କ ସୁରକ୍ଷା ବିଷୟକୁ ନେଇ ଲୋକଙ୍କୁ ସଚେତନ କରାଇଥିଲେ ।,ଶେଷ ଦିନ ଅଧକ୍ଷ ହରିକୃଷ୍ଣ ନାୟକଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା ସମିତି ସଭାପତି ରଜନୀକାନ୍ତ ଭଟ୍ଟ ଏବଂ ସମ୍ମାନିତ ଅତିଥି DPO ସୁଦାମ ଚରଣ ବିଷୋୟୀ ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ସୌମ୍ୟଶ୍ରୀ ସାହୁ ଓ ସରିବ୍ କୁମାର ପ୍ରଧାନ
ଯୋଗଦେଇ ସ୍ବେଚ୍ଛାସେବୀଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏଥିସହିତ ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା। ଛାତ୍ରୀ କ୍ରିଷ୍ଣାଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।