Tuesday, August 23, 2022
Homeଧରାକୋଟ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଧରାକୋଟ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଧରାକୋଟ03/11/23
ଧରାକୋଟ ମିନି ଷ୍ଟାଡିୟମରେ ଆଜି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆମ ଓଡିଶା ନବୀନ ଓଡିଶା ର ଅଧ୍ୟକ୍ଷ v k ପଣ୍ଡିଆଁନ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହି ଧରାକୋଟ ବ୍ଲକର 211 ଗୋଟି  ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ନଅ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଧରାକୋଟ ଜଗନ୍ନାଥ ମନ୍ଦିର ପାଇଁ ଦୁଇ କୋଟି ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଇଥିଲେ । ବି ଡି ଓ ଡେନିସ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଉପସ୍ଥିତ ରହି ଧରାକୋଟ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପାଇଁ  ମୁଖ୍ୟମନ୍ତ୍ରୀ ଓ ଆମ ଓଡିଶା ନବୀନ ଓଡିଶା ର ଅଧ୍ୟକ୍ଷ ଅର୍ଥ ମଞ୍ଜୁର କରିଥିବା ଯୋଗୁଁ ବ୍ଲକ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ। ସଂପ୍ରତି ଏହି ଯୋଜନାରେ ସହରାଞ୍ଚଳ ଭିତ୍ତିଭୂମି କୁ ଗ୍ରାମାଞ୍ଚଳରେ ପ୍ରୟୋଗ କରିବା ,ମନ୍ଦିର ରୂପାନ୍ତରଣ,ଗୋଷ୍ଠୀ କେନ୍ଦ୍ର ନିର୍ମାଣ,ସ୍ମାର୍ଟ ସ୍କୁଲ ନିର୍ମାଣ,ବିଜୁ ଖେଳ ଭବନ ନିର୍ମାଣ କରି କ୍ରୀଡାର ବିକାଶ କରିବା, ମିଶନ ଶକ୍ତି ଗୃହ ନିର୍ମାଣ ଆଦି ଯୋଜନାକୁ ତ୍ବରାନ୍ବିତ କରାଯିବ ।ଏହି ଅବସରରେ ଧରାକୋଟ ବ୍ଲକ କୁ ଆଧ୍ୟାତ୍ମିକ, ସଶକ୍ତ,ପ୍ରଗତିଶୀଳ ଓ ସଂସ୍କୃତି ସଂପନ୍ନ ବ୍ଲକରେ ପରିଣତ ପାଇଁ ବ୍ଲକ ଅଧ୍ୟକ୍ଷା ରାଜ୍ୟ,ଜିଲ୍ଲା ପ୍ରଶାସନ ର ସହଯୋଗ ଲୋଡ଼ିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!