ଆଜି ତା ୨/୧୧/୨୦୨୩ ଗୁରୁବାର ଦିନ ଓଡ଼ିଶା ବ୍ରାହ୍ମଣ ସମିତି ପରିବାର ତଥା କାର୍ଯ୍ଯକାରିଣୀ କମିଟି ତରଫରୁ ପବିତ୍ର କାର୍ତ୍ତିକ ମାସରେ ଚାଉଳ,ଡାଲି,ପରିବା, ସୋୟାବିନି ବଡ଼ି, ତେଲ,ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । ସେଥିରେ ଓଡିଶା ବ୍ରାହ୍ମଣ ସମିତି ର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଶାନ୍ତ ଦାଶ, ସଭାପତି ପ୍ରାଚାର୍ଯ୍ଯ ମନୋଜ ପାଣିଗ୍ରାହୀ, ବୁଗୁଡ଼ା ସଭାପତି କାଳିଚରଣ ମିଶ୍ର, ଉପସଭାପତି ଅଶୋକ କୁମାର ମିଶ୍ର, ସଂପାଦକ ଶ୍ରୀଯୁକ୍ତ ଅରୁପାନନ୍ଦ କର,ସହ ସଂପାଦକ ଅମିୟ ରଞ୍ଜନ ଶତପଥୀ, କୋଷାଧ୍ୟକ୍ଷ ଦୀପକ କୁମାର ଷଡଙ୍ଗୀ,ଉପଦେଷ୍ଟା କୃଷ୍ଣଚନ୍ଦ୍ର ସାମନ୍ତରାୟ ପ୍ରଭୃତିଙ୍କ ଅର୍ଥ ରାଶି ଦାନ ରେ ଏହି ଜିନିଷପତ୍ର ଭିକ୍ଷୁକ ଏବଂ ଅସହାୟ ଲୋକ ମାନଙ୍କୁ ବଣ୍ଟନ କାର୍ଯ୍ୟକ୍ରମ ସମ୍ଭବ ହୋଇପାରିଥିଲା।