Tuesday, August 23, 2022
Homeବ୍ରହ୍ମପୁରରେ ପାଲେଷ୍ଟାଇନ ସଂହିତ ଦିବସ।

ବ୍ରହ୍ମପୁରରେ ପାଲେଷ୍ଟାଇନ ସଂହିତ ଦିବସ।

      ପାଲେଷ୍ଟାଇନ ରେ ଇଶ୍ରାଇଲର ନରସଂହାର ବନ୍ଦ କରିବା ,ମାନବିକ ସହାୟତା ଯୋଗାଇ ଦେବା ଏବଂ ପାଲେଷ୍ଟାଇନକୁ ଏକ ସ୍ଵାଧୀନ ରାଷ୍ଟ୍ରର ମାନ୍ୟତା ଦେବା ଦାବିରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ପାର୍ଟିର ଡାକରାରେ ବିଭିନ୍ନ ଗଣ ସଂଗଠନ ପକ୍ଷରୁ ସ୍ଥାନୀୟ କମାପଲ୍ଲୀ ଛକ ଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାଲେଷ୍ଟାଇନର ଗାଜାରେ ସାଧାରଣ ମଣିଷ ଉପରେ ଈଶ୍ରାଏଲର ବର୍ବର ଆକ୍ରମଣ ଫଳରେ ଆଜି ଗାଜା ସଂପୂର୍ଣ୍ଣ ଧ୍ଵଂସ ସ୍ତୁପରେ ପରିଣତ ହୋଇଛି। ଇଶ୍ରାଏଲ ଗାଜା ଷ୍ଟ୍ରିପ ଅବରୋଧ କରି ସେଠାରେ ରହୁଥିବା ପ୍ରାୟ ୨୩ଲକ୍ଷ ସ୍ଵାଧୀନତା ପ୍ରେମୀ ପାଲେଷ୍ଟାଇନୀୟ ଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଛି।ଖାଦ୍ୟ,ପାନୀୟ ଜଳ,ଇନ୍ଧନ,ଔଷଧ ଏବଂ ବିଦ୍ୟୁତ୍ ଯୋଗାଣକୁ ସଂପୂର୍ଣ୍ଣ ବନ୍ଦ କରି ଦେଇଛି। ପାଲେଷ୍ଟାଇନୀୟ ମାନଙ୍କୁ ପଶୁ ବୋଲି ଆଖ୍ୟା ଦେଇ ଇଶ୍ରାଏଲର ଜିଓନିଷ୍ଟ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆମେ ମାନବ ପଶୁମାନଙ୍କ ସହ ଲଢେ଼ଇ  କରୁଛୁ ଏବଂ ଏହା ଆରମ୍ଭ ମାତ୍ର ,ଆମେ ମଧ୍ୟ ପ୍ରାଚ୍ୟକୁ ପରିବର୍ତ୍ତନ କରିବାକୁ ଯାଉଛୁ।ସେ ଏହା ମଧ୍ୟ କହିଛନ୍ତି ଯେ ରକ୍ତପିପାସୁ ନାଜି ମାନଙ୍କ କୁଖ୍ୟାତ ୱାର୍ଷ ଘୋଟୋ ପରି ଏକ ଗାଜା ଘୋଟୋ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।ଯେଉଁଠାରେ ୪,୬୦,୦୦୦ ଇହୁଦି ଙ୍କୁ ଗୁଳି ଚଳାଇ ହତ୍ୟା କରାଯାଇଥିଲା।ଏହି ନିଷ୍ଠୁର ଅବରୋଧ ବ୍ୟତୀତ ଇଶ୍ରାଏଲ ଗାଜାକୁ ଆକାଶ ମାର୍ଗରେ ଆକ୍ରମଣ କରି ଶହ ଶହ ନିରୀହ ନାଗରିକଙ୍କୁ ହତ୍ୟା କରିଛି। ୨୦୦୭ ପରଠାରୁ ପାଲେଷ୍ଟାଇନ ବାରମ୍ବାର ସଶସ୍ତ୍ର ଆକ୍ରମଣ ଏବଂ ନିରୀହ ସାଧାରଣ ନାଗରିକଙ୍କ ନିର୍ଦ୍ଦୟ ହତ୍ୟାକାଣ୍ଡର ଶିକାର ହୋଇ ଆସୁଛି। ବିଶ୍ଵବ୍ୟାପୀ ଲୋକଙ୍କ ମତକୁ ଅଣଦେଖା କରି ଆମେରିକା ଏବଂ ଅନ୍ୟାନ୍ୟ ସାମ୍ରାଜ୍ୟବାଦୀ  ଶକ୍ତିଙ୍କ ସମର୍ଥନରେ ଜିଓନିଷ୍ଟ୍ ଇଶ୍ରାଏଲ ପ୍ରତିଦିନ ଶହଶହ ସିଶୁ,ମହିଳା,ଯୁବକ,ଏବଂ ବୃଦ୍ଧଙ୍କୁ ହତ୍ୟା କରୁଛି,ସେମାନଙ୍କ ଘର, ହାଟ, ଡାକ୍ତରଖାନା ଏବଂ ଜିନିଷ ନଷ୍ଟ କରୁଛି। ଗାଜାରେ ଯୁଦ୍ଧ ବନ୍ଦ କରିବାକୁ ଜାତିସଂଘ ର ପ୍ରସ୍ତାବ ଗ୍ରହଣ କରିବା ସମୟରେ ଭାରତ ତାର ପାରମ୍ପରିକ ସ୍ଵାଧୀନତା ତଥା ସାମ୍ରାଜ୍ୟ ବାଦୀ ବିରୋଧୀ ଷ୍ଟାଣ୍ଡ କୁ ପଦ ଦଳିତ କରି ଆମେରିକାର ସାମ୍ରା ଜ୍ୟବାଦ କୁ ସମର୍ଥନ କରି ଭୋଟ ଦେବାକୁ ମନା କରିଦେଇଥିଲେ।ଆମେରିକା ସାମ୍ରାଜ୍ୟବାଦ ସହିତ ଭାରତ ସରକାରଙ୍କ ବନ୍ଧନ କେତେ ନିକଟତର ତାହା ଏହି ଘଟଣା ଆହୁରି ପ୍ରମାଣ କରେ।ତେଣୁ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ଭାରତ ସରକାରଙ୍କ ମାର୍କିନ ଇଶ୍ରାଏଲ ପନ୍ଥି ଅବସ୍ଥାନକୁ ଦୃଢ଼ ନିନ୍ଦା କରିବା ସହ ଦେଶର ସମସ୍ତ ଶାନ୍ତିପୂର୍ଣ୍ଣ ସାମ୍ରାଜ୍ୟ ବାଦି ବିରୋଧୀ ଲୋକଙ୍କୁ ପାଲେଷ୍ଟାଇନର ଗାଜାରେ ସାଧାରଣ ମଣିଷ ଉପରେ ଇଶ୍ରାଏଲ ର ବର୍ବର୍ ଆକ୍ରମଣ ଏବଂ ଗଣହତ୍ୟା ପ୍ରତିବାଦରେ ଦୃଢ଼ ଭାବରେ ଠିଆ ହେବା ପାଇଁ ଏସ ୟୁ ସି ଆଇ ନିବେଦନ କରିବା ସହ ପାଲେଷ୍ଟାଇନ ରେ ବୋମା ବିସ୍ଫୋରଣ ବନ୍ଦ କରି ଅବରୋଧ ହଟାଇ ଇଶ୍ରା ଏଲର ପାଲେଷ୍ଟାଇନ ଦଖଲକୁ ତୁରନ୍ତ ବନ୍ଦ କରିବାକୁ ଏସ ୟୁ ସି ଆଇ କମ୍ୟୁନିଷ୍ଟ ଦାବି କରୁଛି।ଆଜିର ଏହି କାର୍ଯ୍ୟକ୍ରମରେ ଏସ ୟୁ ସି ଆଇ କମ୍ୟୁନିଷ୍ଟ ଗଞ୍ଜାମ ଜିଲ୍ଲା ସାଂଗଠନିକ କମିଟିର ସଭ୍ୟ ନିମାଇ ଚରଣ ସାହୁ,ନାରାୟଣ ସାହୁ, ପପୁନ ସାହୁ, କାମରାଜୁ ସାହୁଙ୍କ ସମେତ ବହୁ ପାର୍ଟିର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!