କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
ଜୈନେକ ଡାକ୍ତରଙ୍କୁ ବଦନାମ କରିବାପାଇଁ ଚକ୍ରାନ୍ତ
କିଛି ସମୟ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ରେ ଧାରଣା ଦେଲେ ଡାକ୍ତର ଓ କର୍ମଚାରୀ
କାଲିମେଳା,1.11 ମାଲକାନିଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ବୁଧବାର ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା l ସ୍ଵାସ୍ଥ୍ଯ କେନ୍ଦ୍ରର ଜୈନେକ ଡାକ୍ତର ଙ୍କ ସହ ଅନ୍ୟ ଡାକ୍ତର ଓ କିଛି କର୍ମଚାରୀ ଙ୍କ ବାଦ ବିବାଦ କୁ ନେଇ ଡାକ୍ତର ଓ କିଛି କର୍ମଚାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଥିଲା l କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ରିଲିଫ ହୋଇଥିବା ଦୁଇ ଡାକ୍ତର ଅନ୍ୟ ଜୈନେକ ଡାକ୍ତରଙ୍କୁ ବଦନାମ କରିବା ଉଦ୍ଦେଶ୍ଯ ରଖି ଅନ୍ୟ କର୍ମଚାରୀ ଙ୍କୁ ସାଙ୍ଗରେ ନେଇ ଧାରଣା ଦେଇଥିଲେ l ଖବର ନେବାରୁ ଜଣା ପଡିଛି ଯେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟ କରୁଥିବା ଦୁଇ ଡାକ୍ତର ମଧ୍ୟରୁ ଜଣେ ଡାକ୍ତର ଦେବଦାସ ସାମନ୍ତରାୟ ପିଜି ପାଇ ସ୍ୱାସ୍ଥ୍ୟ କେନ୍ଦ୍ରରୁ ରିଲିଫ ହୋଇଛନ୍ତି ଅନ୍ୟ ଜଣେ ଡାକ୍ତର ଅବଦେଶ ରାଜ ପଣ୍ଡା ଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଭେଜାଙ୍ଗୀୱାର୍ଡl Mpv 21 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ବଦଳି ହୋଇ ରିଲିଫ କରା ଯାଇଛି l କାରଣ mpv 21 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଥିବା ଡଃ ଆଦିତ୍ୟ କିରଣ ଦାସ ପିଜି ପାଠ ପଢିବା ପାଇଁ ତାଙ୍କୁ ରିଲିଫ କରାଯାଇଛି l Mpv 21 ସ୍ଵସ୍ଥ୍ଯ କେନ୍ଦ୍ର ରେ ଡାକ୍ତର ପଦବୀ ଖାଲି ଥିବାରୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ଶ୍ରୀ ପଣ୍ଡା ଙ୍କୁ ରିଲିଫ କରାଯାଇଛି l ଯାହାକି ସିଡିଏମଓ ଙ୍କ ପତ୍ର ସଂଖ୍ୟା 9769/Dt 30.10.2023 ଚିଠି ରେ ଉଲ୍ଲେଖ ରହିଥିବା ଜଣା ପଡିଛି l କିନ୍ତୁ ଡାକ୍ତର ପଣ୍ଡା ଭେଜାଙ୍ଗୀୱାର୍ଡl Mpv 21 ସ୍ୱାସ୍ଥ୍ୟ କେନ୍ଦ୍ରକୁ ନ ଯିବା ପାଇଁ ଇଛା ପ୍ରକାଶ କରି ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା l ସିଡିଏମଓ ଙ୍କ ଚିଠି କୁ ବେଖାତିର କରି ଏକ ଯୋଜନା ବଦ୍ଧ ଭାବେ ଦୁଇ ରିଲିଫ ହୋଇଥିବା ଡାକ୍ତର ଏବଂ ବର୍ତ୍ତମାନ ଅବସ୍ଥିତ ଥିବା ଡାକ୍ତର ଆକାଶ ଚନ୍ଦ୍ର ସର୍ଦାର ଙ୍କ ସମେତ କିଛି ମହିଳା ଓ ପୁରୁଷ ଷ୍ଟାପନର୍ସ ମାନଙ୍କୁ ହାତ ବାରିସି କରି ସ୍ୱାସ୍ଥ୍ୟକେନ୍ଦ୍ର ର ଅନ୍ୟ ଜୈନେକ ଡାକ୍ତର ଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି କିଛି ସମୟ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାରଣାରେ ବସିଥିଲେ. ଜୈନେକ ଡାକ୍ତର କିଛି କର୍ମଚାରୀ ଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ ଆଣି ଧାରଣା ଦେଇଥିଲେ lସ୍ୱାସ୍ଥ୍ୟ କର୍ମୀ ମାନେ ଧାରଣାରେ ବସିଥିବା ଯୋଗୁ କିଛି ସମୟପାଇଁ ରୋଗୀ ସେବା ବାଧା ପ୍ରାପ୍ତ ହୋଇଥିଲା l ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ସ୍ଵସ୍ଥ୍ଯ କର୍ମଚାରୀ ମାନେ ଆନ୍ଦୋଳନରେ ବସିଥିଲେ ସେମାନେ ଉଚ୍ଚ ପ୍ରଶସ୍ତ ଅଧିକାରୀଙ୍କ ଅନୁମତି ନେଇ ଥିଲେ କି ଯଦି ନା ତାଙ୍କୁ କିଏ ଅନୁମତି ଦେଲା ଆନ୍ଦୋଳନ ପାଇଁ ଏଠାରେ ସାଧାରଣରେ ଚର୍ଚା ର ବିଷୟ ପଲଟିଛି l ସ୍ୱାସ୍ଥ୍ୟ କେନ୍ଦ୍ର ଏକ ଜରୁରୀ ସେବା ହୋଇଥିବାରୁ ଏପରି ଆନ୍ଦୋଳନ ଆଇନ ବିରୋଧୀ ଅଟେ l ଡାକ୍ତର ଡାକ୍ତର କର୍ମଚାରୀ ଙ୍କ ମତାନ୍ତର ମଧ୍ୟରେ ଏଭଳି ରାଜନୀତିକରଣ କରି ଚିକିତ୍ସାରେ ବ୍ୟାଘାତ କରି ଆନ୍ଦୋଳନ କରିବା ନୀନ୍ଦନୀୟ ଘଟଣା ବୁଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି l ଯଦି କୌଣସି ସମସ୍ୟା ଦେଖା ଦେଇଥିଲା ତେବେ ସେମାନେ କାଲିମେଳା ଚିକିତ୍ସା କେନ୍ଦ୍ର ର ଚିକିତ୍ସାଧିକାରୀ କିମ୍ବା ସିଡିଏମଓ ଙ୍କୁ ଜାଣଇ ଏହାର ସମାଧାନର ବାଟ ବାହାରି ପାରି ଥାଆନ୍ତା l ଏପରି ହଟାତ କାହାକୁ କିଛି ନ ଜାଣଇ ଜୈନେକ ଡାକ୍ତର ଙ୍କ ନାମରେ ବିନା ପ୍ରମାଣରେ ମିଥ୍ୟା ଅଭିଯୋଗ ଆଣିବା ଘଟଣା କୁ ଅଞ୍ଚଳବାସୀ ନା ପସନ୍ଦ କରିଛନ୍ତି l ଏ ନେଇ ଅଭିଯୋଗ ଆସିଥିବା ଡାକ୍ତର ମୁକ୍ତିକାନ୍ତ ମଲ୍ଲିକ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୋ ନାମରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା l ତଦନ୍ତ ପରେ ଏହାର ସତ୍ୟତା ଜଣା ପଡିବ l