Tuesday, August 23, 2022
Homeଅତିରିକ୍ତ ତହସିଲଦାର ଙ୍କ କାର୍ଯ୍ୟରେ ଯୋଗଦାନ

ଅତିରିକ୍ତ ତହସିଲଦାର ଙ୍କ କାର୍ଯ୍ୟରେ ଯୋଗଦାନ

ଧରାକୋଟ ,1/11/23
ଧରାକୋଟ ତହସିଲରେ କାର୍ଯ୍ୟରତ ଥିବା ତହସିଲଦାର ଓ ଅତିରିକ୍ତ ତହସିଲଦାର ଙ୍କୁ ଏଠାରୁ ରାଜ୍ୟ ସରକାର ଅନ୍ୟତ୍ର ବଦଳି କରିବା ପରେ ସଂପ୍ରତି ବି ଡି ଓ ଡେନିସ ବେହେରା ତହସିଲଦାର ଦାୟିତ୍ୱ ତୁଲାଇ ଆସୁଛନ୍ତି । ଯାହା ଫଳରେ ରାଜସ୍ବ ସେବା ସରଳୀକରଣ ହୋଇପାରୁନାହିଁ । ଆଜି ଧରାକୋଟ ତହସିଲରେ ନୂତନ  ଅତିରିକ୍ତ ତହସିଲଦାର ଭାବରେ ଗଣେଶ ଦଳେଇ କାର୍ଯ୍ୟରେ ଯୋଗଦେଇଛନ୍ତି । ତାଙ୍କୁ ତହସିଲ କାର୍ଯ୍ୟାଳୟର କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। କାର୍ଯ୍ୟଳୟ ଓ କ୍ଷେତ୍ର କର୍ମଚାରୀ ମାନଙ୍କ ମଧ୍ୟରେ ମୁଖ୍ୟ କିରାଣୀ କାଳନ୍ଦି ପାତ୍ର, ସୂପରଭାଇଯର ସୁଜ୍ଞାନୀ ବେହେରା,ରାଜସ୍ବ ନିରୀକ୍ଷକ ଯଜ୍ଞ ନାରାୟଣ ନାୟକ, ରବୀନ୍ଦ୍ର ନାଥ ଗୌଡ଼, ଲକ୍ଷ୍ମଣ ନାୟକ,ଶ୍ରୀକାନ୍ତ ରଥ,ସାନି ଜଗେୟା,ରଞ୍ଜନ ବରାଡ,ବାବୁରାମ ନାୟକ, ଅକ୍ଷୟ ପାଢ଼ୀ,ରଞ୍ଜନ ସାହୁ,ବ୍ରହ୍ମାନନ୍ଦ ନାୟକ,ନିରଞ୍ଜନ ଶବର,ଅଭିଲେଖାଗାର ରକ୍ଷକ ସିମାଞ୍ଚଳ ମଲିକ,ସବିତା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ରାଜସ୍ବ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟକୁ ସାବଲୀଳ କରିବା ସହ ପ୍ରମାଣ ପତ୍ର, ଭାଗ ବଣ୍ଟନ ପତ୍ର, ଜି କେ ପି,ଘର ବାରି କିସମ ପରିବର୍ତ୍ତନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅତିରିକ୍ତ ତହସିଲଦାର ପରାମର୍ଶ ଦେଇଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!