ଧରାକୋଟ ,31/10/23
ବରିଷ୍ଠ ନାଗରିକ ମାନଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ତୀର୍ଥଯାତ୍ରା ଯୋଜନା ।ଏଥିରେ ଧରାକୋଟ ବ୍ଲକର ଢ଼ଉଗାଁ ଓ ଜାହାଡା ପଞ୍ଚାୟତ ର ସାତଜଣ ବରିଷ୍ଠ ନାଗରିକ ସାମିଲ ହୋଇଛନ୍ତି । ତନୁ ପାଣିଗ୍ରାହୀ, ଭଗ୍ୟଲତା ନାହାକ, ବଂଶୀଧର ବିଶ୍ଵାଳ, ଗଙ୍ଗାପାଣି ସ୍ୱାଇଁ, ଡମ୍ବୁରୁ ପାଢ଼ୀ, ସୁବାସିନୀ ପାଢ଼ୀ, ଭଗ୍ୟଲତା ସାହୁ ପ୍ରମୁଖ ବରିଷ୍ଠ ନାଗରିକ ଙ୍କୁ ବ୍ଲକ ପ୍ରଶାସନ ତରଫରୁ ସ୍ବାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବି ଡି ଓ ଡେନିସ ବେହେରା, ବି ଏସ ଏସ ଓ ସଚିନ ପାତ୍ର,ବିଭାଗୀୟ ସହକାରୀ ଅଧିକାରୀ ଧୀରେନ୍ଦ୍ର ଗୌଡ଼,ବାବୁ ବେହେରା , ବିତ୍ତ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ସେମାନେ ବ୍ରହ୍ମପୁର ଠାରୁ କନ୍ୟାକୁମାରୀ ଯାଇ ସେଠାରୁ ମଦୁରାଇ ତୀର୍ଥଯାତ୍ରା କରି ଆସନ୍ତା ପାଞ୍ଚ ତାରିଖ ଦିନ ଫେରିବାର କାର୍ଯ୍ୟକ୍ରମ ରହିଥିବା ବ୍ଲକ କାର୍ଯ୍ୟଳୟ ସୂତ୍ରରୁ ଜଣାପଡ଼ିଛି।