ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ VC ମାଧ୍ୟମରେ ବରିଷ୍ଠ ନାଗରିକ ତ୍ରୀର୍ଥଯାତ୍ରା ୨୦୨୩ ୨୪ ର ପ୍ରଥମ ଯାତ୍ରା ର ଫ୍ଲାଗ ଅଫ ସମାରୋହ ବ୍ରହ୍ମପୁର ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ୱର୍ ୪ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ୫ ଟି ଜିଲ୍ଲା ଯଥା ବ୍ରହ୍ମପୁର,ଗଞ୍ଜାମ,ନୟାଗଡ଼,ବୌଦ୍ଧ,ଗଜପତି,ଏବଂ କନ୍ଧମାଳ ର ୯୭୦ ଜଣ ଯାତ୍ରୀ ବ୍ରହ୍ମପୁର ଠାରୁ କନ୍ୟାକୁମାରୀ ଯାଏ ତ୍ରୀର୍ଥଯାତ୍ରା କରିବାକୁ ଯାଉଛନ୍ତି।ଉକ୍ତ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, ଓଡ଼ିଶା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ମହାରଣା ,ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ,ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ,ସୋରଡ଼ା ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ,କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ,ଖଲ୍ଲିକୋଟ ରାଣୀ ଶ୍ରୀମତୀ ଉଷା ଦେବୀ,ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚାଉପଟ୍ଟନାୟକ,କମିସନର ଜେକେ ସୋନାଲ,ଏବଂ ମାନ୍ୟବର ଜିଲ୍ଲାପାଳ ମହୋଦୟ,ସମସ୍ତ କର୍ପୋରେଟର ଗଣ ସହଯୋଗ କରିଥିଲେ।