Tuesday, August 23, 2022
Homeଦୁର୍ନୀତି ମୁକ୍ତ ଓଡ଼ିଶା ଗଠନ ପାଇଁ ଶପଥ

ଦୁର୍ନୀତି ମୁକ୍ତ ଓଡ଼ିଶା ଗଠନ ପାଇଁ ଶପଥ

ଧରାକୋଟ,31/10/23
ଦେଶର ଆର୍ଥିକ,ରାଜନୈତିକ ଓ ସାମାଜିକ ପ୍ରଗତି ଉପରେ ଦୁର୍ନୀତି ପ୍ରତିବନ୍ଧକ ସାଜିଛି। ଏଣୁ ଏହାକୁ ହଟାଇ ସୁସ୍ଥ , ପ୍ରଗତିଶୀଳ ଓ ଉନ୍ନତ ଓଡିଶା ଗଠନ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସèମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଆହ୍ବାନ ଦେଇଥିଲେ। ଆଜି ବ୍ଲକ ସଭାଗୃହ ଠାରେ ବି ଡି ଓ ଡେନିସ ବେହେରା, ଅତିରିକ୍ତ ବି ଡି ଓ ସୁଶିଲ ପଟନାୟକ, ସି ଡି ପି ଓ ସୁନୀଲ ପ୍ରଭା ରଥ,ଯୋଗାଣ ନିରୀକ୍ଷକ ସଞ୍ଜୟ ମଲିକ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ବି ପି ଏମ ପ୍ରତାପ ସ୍ୱାଇଁ, ସମସ୍ତ କନିଷ୍ଠ ଯନ୍ତ୍ରୀ ମାନଙ୍କ ସହ ବିଭାଗୀୟ ମୁଖ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ। ଦୁର୍ନୀତି କୁ ନା ଏବଂ ଦେଶ ପାଇଁ ଉତ୍ସର୍ଗୀକୃତ ଭାବରେ କାମ କଲେ ସମାଜର ଉନ୍ନତି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ପ୍ରଦାନ କରିଥିଲେ। ଦୁର୍ନୀତି ରୂପକ ବ୍ୟାଧିକୁ ଦୂରେଇବା ପାଇଁ ସମସ୍ତେ ଶପଥ ନେଇଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!