Tuesday, August 23, 2022
Homeଯୋଗାଣ ବିଭାଗ ତରଫରୁ ଜମି ନିରୂପଣ ପାଇଁ ତାଲିମ ...................................

ଯୋଗାଣ ବିଭାଗ ତରଫରୁ ଜମି ନିରୂପଣ ପାଇଁ ତାଲିମ ...................................

ଧରାକୋଟ 31/10/23
ଧରାକୋଟ ବ୍ଲକ ପଞ୍ଚାୟତ ସମିତି ସଭା ଗୃହରେ ଭିଡିଓ କନଫରେନ୍ସ ମାଧ୍ୟମରେ ଖରିଫ ବାଣିଜ୍ୟକ ଋତୁ 2023/24 ବର୍ଷ ପାଇଁ ଧାନ ସଂଗ୍ରହ ନିମନ୍ତେ ସନ୍ଦେହ ଜନକ ଜମି ନିରୁପଣ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବି ଡି ଓ ଡେନିସ ବେହେରା,ଅତିରିକ୍ତ ବି ଡି ଓ ସୁଶୀଲ ପଟନାୟକ,ଯୋଗାଣ ନିରୀକ୍ଷକ ସଞ୍ଜୟ ମଲିକ, ବି ପି ଏ ବିଷ୍ଣୁ ପ୍ରସାଦ ବେହେରା, ବି ପି ଏମ ପ୍ରତାପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଲକ ଅନ୍ତର୍ଗତ ସମସ୍ତ ସମବାୟ ସମିତି ସମ୍ପାଦକ, ଏସ ହେଚ ଜି ସଭାନେତ୍ରୀ, ସମ୍ପାଦିକା ମାନେ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ସଂପ୍ରତି ପଞ୍ଜୀକୃତ ହୋଇଥିବା ଧାନ ଚାଷ ଜମି ମଧ୍ୟରୁ ସନ୍ଦେହିକୃତ ଜମିର ସ୍ଥିତି  ପରଖିବା ପାଇଁ ତାଲିମ ପ୍ରଦାନ କରାଯାଇଥିଲା। ସଂପ୍ରତି ରାଜ୍ୟ ସରକାରଙ୍କ ତରଫରୁ ଏଥିପାଇଁ ପ୍ରତି ସୋସାଇଟି ରେ ସର୍ଭେୟର ନିଯୁକ୍ତି ପାଇବେ। ଧରାକୋଟ ବ୍ଲକରେ 19 ଗୋଟି କେନ୍ଦ୍ରରେ ଚଳିତ ବର୍ଷ ଚାଷୀଙ୍କ ଠାରୁ ଧାନ କ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!