Tuesday, August 23, 2022
Home*ଚିଚିବାଇ ବିଦ୍ୟାଳୟରେ ଶିକ୍ଷକଙ୍କ ମନମାନି*

*ଚିଚିବାଇ ବିଦ୍ୟାଳୟରେ ଶିକ୍ଷକଙ୍କ ମନମାନି*

ନବରଙ୍ଗପୁର:ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅଧୀନ ଚିଚିବାଇ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ କତୃପକ୍ଷ ଙ୍କ ମନମାନି ଚାଲିଥିବା ଦେଖିବାକୁ ମିଳୁଛି। ବିଦ୍ୟାଳୟ ସମୟ ସୀମା ପୂର୍ବରୁ ବିଦ୍ୟାଳୟ ଛୁଟି କରିବା, ବିଦ୍ୟାଳୟ ସମୟରେ ପିଲାଙ୍କୁ ବାହାରେ ବୁଲିବାକୁ ଛାଡ଼ିବା ଛାତ୍ର ମା ନେ ବିଦ୍ୟାଳୟ ସମୟରେ ବାହାରକୁ ଶୌଚ କରିବାକୁ ଯିବା ଭଳି ଘଟଣା ଉକ୍ତ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି। ବିଦ୍ୟାଳୟ ରେ ଶିକ୍ଷକ ନ ରହିବା ଭଳି ଘଟଣା ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟ ରେ ରୋଷେୟା ଥିବା ସତ୍ତ୍ୱେ ପିଲା ମାନେ ନିଜେ ଖାଦ୍ୟ ପରସୁଥିବା ଦେଖିବାକୁ ମିଳିଛି । ଛାତ୍ର ମାନେ ବିଦ୍ୟାଳୟ ଗେଟ ତାଲା ପକାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏପରି ସ୍ଥଳେ ଉକ୍ତ ବିଦ୍ୟାଳୟ ରେ କିପରି ଶିକ୍ଷା ଯୋଗାଇ ଦିଆ ଯାଉଥିବ ତାହା ଅନୁମାନ କରାଯାଉଛି । ଏବିଷୟରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗଯୋଗ ହୋଇ ପାରିନଥିଲା।କିନ୍ତୁ ଜିଲ୍ଲା ଶିକ୍ଷା ଅଧିକରିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ କିନ୍ତୁ ସେ କୋଣ ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!