Tuesday, August 23, 2022
Homeମାନ ଅଧିକାର ସଂଗଠନ ତରଫରୁ ମରୁଡି ଘୋଷଣା ପାଇଁ ଦାବି ପତ୍ର ପ୍ରଦାନ

ମାନ ଅଧିକାର ସଂଗଠନ ତରଫରୁ ମରୁଡି ଘୋଷଣା ପାଇଁ ଦାବି ପତ୍ର ପ୍ରଦାନ

ମାଲକାନଗିରି।ତା30/10
ମାଲକାନଗିରି ମାନ ଅଧିକାର ଆଞ୍ଚଳିକ ଲୋକ ସଂଗଠନର ସଭାପତି ଏରା ପଡିଆମୀଙ୍କ ନେତୃତ୍ବରେ ୧୧ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ବ ଚାଷୀ ହାତରେ ନଡା ବିଡା ଓ ପ୍ଳା କାର୍ଡ ଧରି ସ୍ଥାନୀୟ ବସ୍ ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ।
ଅକ୍ଟୋବର ମାସରେ ମାଲକାନଗିରି ଜିଲ୍ଲାରେ ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ଅଣ ଜଳସେଚିତ ଅଞ୍ଚଳରେ ଧାନ ଫସଲ ନଷ୍ଟ ଯାଇଯାଇଛି।କୋରୁକୋଣ୍ଡା, ମାଲକାନଗିରି, କାଲିମେଳା ଓ ପଡ଼ିଆ ବ୍ଳକରେ ଆଂଶିକ ଜଳ ସେଚନ ଯୋଗୁଁ କିଛି ପରିମାଣରେ ଧାନ ଫସଲ ହୋଇଥିବା ବେଳେ ଅନ୍ୟାନ୍ୟ ଅଣଜଳସେଚିତ ଜମିରେ ମରୁଡି କାୟା ବିସ୍ତାର କରିଛି । କୃଷକମାନେ ବ୍ୟାଙ୍କ ଓ ଅନ୍ୟାନ୍ୟ ସଂସ୍ଥାରୁ ଋଣ ଆଣି ଧାନ ଚାଷରେ ଅର୍ଥ ବିନିଯୋଗ କରିଥିଲା ବେଳେ ବର୍ତ୍ତମାନ ୠଣ ପରିଶୋଧ କରିବା ସେମାନଙ୍କ ପକ୍ଷେ ସମ୍ଭବପର ନାହିଁ। ପିଲାମାନଙ୍କୁ ପାଠ ପଢ଼ାଇବା, ପରୀକ୍ଷା ଫର୍ମ ପୂରଣ କରିବା କଷ୍ଟକର ବ୍ୟାପାର ହୋଇ ପଡ଼ିଛି। ଚାଷୀମାନଙ୍କର ଅର୍ଥନୈତିକ ଦୂରାବସ୍ଥା ଯୋଗୁଁ ଏବେ ଜିଲ୍ଲାରେ ଦାଦନ ସମସ୍ୟା ଦେଖାଦେଇଛି। ଏହାର ପ୍ରତିକାର ପାଇଁ ମାନ ଅଧିକାର  ଆଞ୍ଚଳିକ ଲୋକ ସଂଗଠନର ତରଫରୁ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ହେଲା , ମାଲକାନଗିରି ଜିଲ୍ଲାକୁ ମରୁଡ଼ି ଘୋଷଣା କରାଯାଉ। ଧାନ କ୍ଵିଣ୍ଟାଲ ପିଛା ଏମ୍ ଏସ୍ ପି ୩୫୦୦ ଟଙ୍କା କରାଯାଉ।ଋଣ କରିଥିବା ଚାଷୀମାନଙ୍କ ଋଣ ଛାଡ କରାଯାଉ। ପ୍ରତି ଚାଷୀଙ୍କୁ ମାସିକ ୫୦୦୦ ଟଙ୍କା ମାସିକ ଭତ୍ତା ପ୍ରଦାନ କରାଯାଉ ।ଅଣ ଜଳସେଚିତ ଜମିରେ ଜଳସେଚନର ବ୍ୟବସ୍ଥା କରାଯାଉ। ମୁଖ୍ୟ କେନାଲ ସହ ସଂଯୋଗ କରୁଥିବା ଶାଖା କେନାଲଗୁଡିକୁ ମରାମତି କରାଯାଉ ।ରବି ଫସଲ ଲାଗି ଇଛୁକ ଚାଷୀମାନଙ୍କୁ ମାଗଣାରେ ବାହନ ଯୋଗାଇଦିଆ ଯାଉ । କୃଷି ପୋର୍ଟାଲରେ ପଞ୍ଚାୟତ ସେବାକେନ୍ଦ୍ର ଗୁଡ଼ିକରେ ବିନା ଶୁଳ୍କରେ ଚାଷୀମାନଙ୍କ ନାମ ପଞ୍ଜୀକରଣ କରାଯାଉ । ମରୁଡି ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ନାମ ଲେଖା ଓ ପରୀକ୍ଷା ଫି ଛାଡ଼ କରାଯାଉ । ଜିଲ୍ଲା ପର୍ଯ୍ୟାପ୍ତ ପରିମାଣର କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉ । ମରୁଡି ପ୍ରପୀଡ଼ିତ ଚାଷୀମାନଙ୍କୁ କ୍ଷତି ପୁରଣ ପ୍ରଦାନ କରାଯାଉ ।ଏହି ସଂଗଠନର ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଉପସଭାପତି ଶ୍ରୀମତୀ ସୁଲତା ପଡିଆମୀ,ସଧାରଣ ସଂପାଦକ ବୁଦ୍ରା କାର୍ତ୍ତାମୀ, ସଂଗଠନ ସଂପାଦକ ଭୀମସେନ ମାଡକାମୀ, କୋଷାଧ୍ୟକ୍ଷ ନନ୍ଦ କୁମାର ଆଜମିରା ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!