Tuesday, August 23, 2022
Homeବତକ ଚିଆଁ ବଣ୍ଟନ

ବତକ ଚିଆଁ ବଣ୍ଟନ

ଲକ୍ଷ୍ମୀପୁର30/10
ଲକ୍ଷ୍ମୀପୁର ପ୍ରାଣୀ ଚିକତ୍ସା ବିଭାଗ ତରଫରୁ ଆଜି ଓଡ଼ିଆପେଣ୍ଠ,
ତୋୟପୁଟ,ଚିକୁଗୁଡା,ଡୁମୁରିପଦର ଗ୍ରାମର ୨୫ ଜଣଙ୍କୁ ବତକ  ଚିଆଁ ବଣ୍ଟନ କରାଯାଇଛି।ଜଣେ ହିତାଧିକାରୀ ଙ୍କୁ ୨୫ଟି ଲେଖାଏଁ ଚିଆଁ ଦିଆଯାଇଛି।ଏହି ବତକ ଚିଆଁ କୁ ପାଳି ବଡ କରିବା ପର୍ଯ୍ୟନ୍ତ ଯାହା ଖର୍ଚ୍ଚ ହେବ ସେହି ହିସାବରେ ଏକ ହଜାର ଟଙ୍କା ଲେଖାଏଁ ସବୁ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାରେ ଦିଆଯାଇଥିଲା।ଏଥିସହ ଆସନ୍ତା ଦୁଇ ମାସ ଭିତରେ ସେମାନଙ୍କୁ ପୁଣି ୨୫ଟି ଲେଖାଏଁ ବତକ ଚିଆଁ ପ୍ରଦାନ କରାଯିବ ବୋଲି ପ୍ରାଣୀ ଚିକିତ୍ସା ତରଫରୁ ସୂଚନା ମିଳିଛି।
ଆଜି ଏହି ବଣ୍ଟନ ସମୟରେ ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ  ଡ଼ା.ରବିନାରାରଣ ପଣ୍ଡା,
ଏଭିଏସ୍ ମନୋଜ କୁମାର ବେହେରା,
ତୟାପୁଟ ଏଲଆଇ  ରବି ନାରାୟଣ ସାହୁ,ଚମ୍ପି ଏଲଆଇ ରଞ୍ଜିତ କୁମାର୍ ଗୁଡଲା ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!