କାଲିମେଳା, 29/10 ମାଲକାନଗିରି ଜିଲ୍ଲା କାଲିମେଳା ସଦରରେ କାଲିମେଳା ପୋଲିସ ଥାନା ପୋଲିସ ପକ୍ଷରୁ କାଲିମେଳା ଥାନା ଅଞ୍ଚଳରେ ସହିଦ ହୋଇଥିବା ବୀର ପୋଲିସ ଯବାନ ଙ୍କ ଉଦ୍ଦେଷ୍ୟରେ ଏକ ସ୍ମୃତି ଓ ଶ୍ରଦ୍ଧାଞ୍ଜଳୀ ସଭା କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି l କାଲିମେଳା ଥାନା ଅଧିକାରୀ ସତ୍ୟ କୁମାର ନନ୍ଦ ଙ୍କ ନେତୃତରେ କାଲିମେଳା ସଦର ମହକୁମା ଦୂର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସହିଦ ଙ୍କ ପରିବାର ସଦସ୍ୟ ଲୋକଙ୍କୁ ପୋଲିସ ଦ୍ଵାରା ସମ୍ମାନୀତ କରାଯାଇଥିଲା l ଅକ୍ଟୋବର 21 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ପୋଲିସ ସହିଦ ଦିବସ ଭାବେ ପାଳନ କରାଯାଉଛି l ଅନୁଷ୍ଠିତ ସଭାରେ କାଲିମେଳା ଏବିଡିଓ ବସନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କାଲିମେଳା ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାଲା ମାଢ଼ି, ଗଙ୍ଗାଧର ସୋଡ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ l ସହିଦ ରଞ୍ଜିତ ଖଣ୍ଡପାଣି, କାହ୍ନୁ ଚାରଣ ମାଢ଼ି ମଙ୍ଗଳା ଖିଲ, ସଦା ହନ୍ତାଳ, ବିଶ୍ଵଜିତ ଜେନା, ପ୍ରମୋଦ କୁମାର ପ୍ରଭୁସାୟା କାଲିମେଳା ଥାନା ରେ କାର୍ଯ୍ୟକରୁଥିବା ସମୟରେ ବିଭିନ୍ନ ନକ୍ସଲ ହିଂସାକାଣ୍ଡରେ ସହିତ ହୋଇଥିଲେ l ସଭା ପୂର୍ବରୁ ସମସ୍ତ ସହିଦ ଙ୍କ ଫଟୋ ଚିତ୍ରରେ ଧୂପ ଓ ପୁଷ୍ପମାଲ୍ଯ ଅର୍ପଣ କରି ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ଅବସରରେ ସହିଦ ରଞ୍ଜିତ ଖଣ୍ଡପାଣି ଙ୍କ ମା ସନ୍ତୋଷୀ ଖଣ୍ଡପାଣି ଏବଂ ସହିଦ କାହ୍ନୁ ଚରଣ ମାଢ଼ି ଙ୍କ ମା ଆଡମେ ମାଢ଼ି ଙ୍କୁ ମଞ୍ଚ ରେ ଉପଢୌକନ ଦେଇ ଅତିଥିଙ୍କ ଦ୍ଵାରା ସମର୍ଦ୍ଧିତ କରାଯାଇଥିଲା l ସହିଦ ମାନେ କେବେ ମରନ୍ତି ନାହିଁ ସେମାନେ ସବୁବେଳେ ଅମର, ସେମାନେ ସବୁବେଳେ ଲୋକଙ୍କ ହୃଦୟ ରେ ଥାନ୍ତି ସହିଦ୍ କୁ ସମ୍ମାନ, ଦେଶକୁ ସମ୍ମାନ, ସହିଦ୍ ପରିବାରକୁ ସମ୍ମାନ ଜଣାଇଲେ କାଲିମେଳା ପୋଲିସ l ସହିଦ୍ ର ଶ୍ରୁତି ଚାରଣ କରି ସମ୍ମାନ କରିଥିଲେ ଅତିଥି l ସମସ୍ତେ ଙ୍କ ମନରେ ଗର୍ଵ ଗୌରବର ଗାଥା ଗାନ କରି ଥିଲେ l ସହିଦ୍ ପରିବାରକୁ ନିଜ ସନ୍ତାନ ହରେଇ ଥିଲେ ମଧ୍ଯ ନିଜ ପୁତ୍ରର ଆତ୍ମବଳି ଦାନ ପାଇଁ ସେମାନେ ଆଜିବି ଗର୍ବିତ lତେଣୁ କାଲିମେଳା ପୋଲିସ ର ଏଭଳି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅଂଚଳବାସୀ ପ୍ରସଂଶା କରିବା ସହ ଧନ୍ଯବାଦ ଅର୍ପଣ କରିଛନ୍ତି l ଶେଷରେ ସ୍ମୃତି ଉଦ୍ଦେଷ୍ୟରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ନିଜେ ଥାନା ଅଧିକାରୀ ସହିଦ ଙ୍କ ଉଦ୍ଦେଶ୍ଯ ରେ ଗୀତ ଗାଇ ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ l ଉକ୍ତ ସାଂସ୍କୁତିକ କାର୍ଯ୍ୟକ୍ରମ ରେ କଲେଜ ଛାତ୍ରୀ ଥାନା କର୍ମଚାରୀ ଓ ଅନ୍ୟନ୍ୟ କଳାକାର ମାନେ ସାମିଲ ହୋଇଥିଲେ l