Tuesday, August 23, 2022
Home୨୭ ବର୍ଷରେ ସେକ୍ଟର ୩ର ମା'ଗଜଲକ୍ଷ୍ମୀଙ୍କ ପୂଜା

୨୭ ବର୍ଷରେ ସେକ୍ଟର ୩ର ମା'ଗଜଲକ୍ଷ୍ମୀଙ୍କ ପୂଜା

ଦାମନଯୋଡି,୨୯/୧୦:- ନାଲକୋ ଟାଉନସିପ ସେକ୍ଟର ୩ର ମା'ଗଜଲକ୍ଷ୍ମୀଙ୍କ ପୂଜା ୨୭ ବର୍ଷରେ ପଦାର୍ପଣ କରିଛି।ସେକ୍ଟର ୩ ପୂଜା ମଣ୍ଡପରେ ଶନିବାର ମା'ଙ୍କ ପୂଜା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି।ଚନ୍ଦ୍ର ଗ୍ରହଣ ପାଇଁ ମା'ଙ୍କ ପୂଜା ଦିନବେଳା ଅନୁଷ୍ଠିତ ହୋଇଥିଲା।ମା ଗଜଲକ୍ଷ୍ମୀଙ୍କ ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତୀ ଓ ମନୋଲୋଭା ମଣ୍ଡପର ସାଜସଜ୍ଜା ଓ ତୋରଣ ଆଦି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥିଲା।ପୂଜକ ପ୍ରଦୀପ ରଞ୍ଜନ ମିଶ୍ର (ପଟ୍ଟାମୁଣ୍ଡାଇ) ଓ ଅମର କୁମାର ଦାଶ (ନେମାଳ) ପୂଜାନୀତି ସମ୍ପନ୍ନ କରିଥିଲେ।ଚଳିତ ବର୍ଷ ବସନ୍ତ କୁମାର ପଣ୍ଡା ଓ ପତ୍ନୀ ମୋନାଲିସା ପଣ୍ଡା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ।ସକାଳ ୭ଟାରେ କଳସ ଯାତ୍ରା ପରେ ମା'ଙ୍କର ଷୋଡ଼ଶ ଉପଚାର ପୂଜା ଓ ହୋମଯଜ୍ଞ ହୋଇଥିଲା।ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା'ଙ୍କ ଆଶୀର୍ବାଦ ନେଇଥିଲେ।ପୂଜା କମିଟି ସଭାପତି ହିମାଂଶୁ ଶେଖର ପଣ୍ଡା ଓ ସମ୍ପାଦକ ନିର୍ମଳ କୁମାର ରାଉତଙ୍କ ସହିତ ମନୋଜ ବେହେରା, ଚିତ୍ତ ରାୟ ,ବିରଜା ସାହୁ, କୈଳାଶ ମହାରଣା,ସୀତେନ୍ଦୁ ମହାରଣା,ରଶ୍ମି ମହାରଣା,ନିରାକାର ସାହୁ ଓ ପ୍ରଫୁଲ୍ଲ କୁମାର ମୁନୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!