ନବରଙ୍ଗପୁର: ମୋବାଇଲ୍ ଟାୱାର ସ୍ଥାପନ କରିବା କିମ୍ବା କେବୁଲ ଜରିଆରେ ବ୍ରଡ୍ବ୍ୟାଣ୍ଡ୍ ସଂଯୋଗ ପହଞ୍ଚାଇବା ସମ୍ଭବ ହେଉନଥିବା ଅଞ୍ଚଳରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ପହଞ୍ଚାଇବା ଲାଗି ଉପଗ୍ରହ ସହାୟତା ନିଆଯାଇଛି। ଉପଗ୍ରହ ଜରିଆରେ ସିଧାସଳଖ ଲୋକମାନଙ୍କ ପାଖରେ ପହଞ୍ଚିବ ମୋବାଇଲ୍ ସେବା ଓ ହାଇ-ସ୍ପିଡ୍ ଇଣ୍ଟରନେଟ୍। ନବରଙ୍ଗପୁର ଜିଲ୍ଲାରେ ଏହାର ପରୀକ୍ଷଣ କରାଯାଇଛି ମୁକେଶ ଅମ୍ବାନିଙ୍କ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ପକ୍ଷରୁ ଏହି ପରୀକ୍ଷଣ କରାଯାଇଛି।ନବରଙ୍ଗପୁର ସହର ଠାରୁ ଅଳ୍ପ ଦୂରରେ ଅବସ୍ଥିତ ମକିଆ ଗାଁର ହାଇସ୍କୁଲରେ ଜିଓ ପକ୍ଷରୁ ଉପଗ୍ରହ ଫାଇବର ପରୀକ୍ଷଣ କରାଯାଇଛି। ପରୀକ୍ଷଣ ବେଳେ ଇଣ୍ଟରନେଟ୍ ସ୍ପିଡ୍ ୫୦୦ ଏମ୍ବିଏସ୍ ରହିଥିଲା। ଉପଗ୍ରହ ଜରିଆରେ ଉଭୟ ୪ଜି ଓ ୫ଜି ସେବା ପ୍ରଦାନ କରିବା ସମ୍ଭବ ବୋଲି ସ୍ପଷ୍ଟ ହୋଇଥିଲା।ବର୍ତ୍ତମାନ ଏହାର କେବଳ ପରୀକ୍ଷଣ ହୋଇଛି। ଆଗାମୀ ଦିନରେ ତାହାର ବାଣିଜ୍ୟିକ ବ୍ୟବହାର ଆରମ୍ଭ ହେବ। ରିଲାଏନ୍ସ ଜିଓ ପକ୍ଷରୁ ଜିଓ ସ୍ପେସ୍ ଫାଇବର ବିଷୟରେ ଘୋଷଣା କରାଯାଇଛି। ସେହି ସେବାର ଏକ ଅଂଶ ଥିଲା ଏହି ପରୀକ୍ଷଣ ଏବିଷୟ ରେ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି ସୂଚନା ଦେଇଛନ୍ତି। କଂପାନି ପକ୍ଷରୁ ଓଡ଼ିଶାର ନବରଙ୍ଗପୁର ସମେତ ଗୁଜରାଟର ଗୀର ଜାତୀୟ ଉଦ୍ୟାନ, ଛତିଶଗଡ଼ର କୋର୍ବା ଓ ଆସାମର ଓଏନ୍ଜିସି-ଜୋରହାଟରେ ଏହି ପ୍ରଯୁକ୍ତିକୁ ପ୍ରଦର୍ଶିତ କରାଯାଇଛି। ଶ୍ରୀ ଅମ୍ବାନି କହିଛନ୍ତି ଯେ ଜିଓ ସ୍ପେସ୍ ଫାଇବର ଜରିଆରେ ଅପହଞ୍ଚ ଇଲାକାରେ ଥିବା ଲକ୍ଷ ଲକ୍ଷ ଘର ଓ ବ୍ୟବସାୟକୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ପ୍ରଦାନ କରାଯାଇପାରିବ। ଏହି ସେବା ପ୍ରଦାନ କରିବା ଲାଗି କଂପାନି ଏସ୍ଏସ୍ ଉପଗ୍ରହକୁ ବ୍ୟବହାର କରିବ। ଉପଗ୍ରହ ଇଣ୍ଟରନେଟ୍ ଜରିଆରେ ଦେଶର ଦୂରଦୂରାନ୍ତ ଅଞ୍ଚଳର ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇପାରିବ । ସରକାରୀ ସ୍କୁଲଗୁଡ଼ିକୁ ଉପଗ୍ରହ ଜରିଆରେ ଯୋଡା ଯାଇପାରିବ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର