ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ରେଲି ସାହି ଠାରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି | ଏଥିରେ ଶୁକ୍ରବାର ସନ୍ଧ୍ୟାରେ ମା ଠାକୁରାଣୀ ମନ୍ଦିର ପୋଖରୀରୁ ପାଣି ଅଣାଯାଇଥିଲା | ସକାଳୁ ମାଙ୍କ ବିଭିନ୍ନ ରୀତିନୀତି ଅନୁଯାଇ ପୂଜା ଆରମ୍ଭ ହୋଇଯାଇଛି | ଏଥିରେ ରଞ୍ଜିତ କୁମାର ଘରାଇ ଓ ଭଗବାନ ଖୁଣ୍ଟିଆ ପ୍ରମୁଖ କର୍ତ୍ତା ଭାବେ ଦାୟିତ୍ଵ ରେ ରହିଥିବା ବେଳେ ମୁଖ୍ୟ ପୂଜକ ଭାବେ ଚୈତନ ଦାସ ମାଁ ଙ୍କ ପୂଜା କରିଥିଲେ | ଏଥିରେ ମା ଗଜଲକ୍ଷ୍ମୀ ପୂଜା କମିଟିର ଉପଦେଷ୍ଟା ସହ ଜଗନ୍ନାଥ ରେଲି, ଲବ ରେଲି, ପାପନା ରେଲି, ସୁରେନ୍ଦ୍ର ରେଲି, ଶୋଭା ରେଲି, ଗୋପୀ ରେଲି, ସୁଦର୍ଶନ ରେଲି, ଶଶୀ ରେଲି, ରାଜୁ ରେଲି,ଜିତୁ ରେଲି,ଟିବୁ ରେଲି ଓ ଅନ୍ୟ ମାନେ ପରିଚାଳନା କରୁଛନ୍ତି |ଶୁକ୍ରବାର ନଭେମ୍ବର 3 ତାରିଖ ଦିନ ମାଁଙ୍କ ଭାଷାଣି ଅନୁଷ୍ଠିତ ହେବ ବୋଲି କମେଟି ପକ୍ଷରୁ ସୂଚନା ମିଳିଛି। ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର