ନବରଙ୍ଗପୁର:- ଆସିଥିଲା ଦଶହରା 10 ଦିନ ପ୍ରଯ୍ୟନ୍ତ ଲୋକେ ଦର୍ଶନ କରୁଥିଲେ କିନ୍ତୁ ଏବେ ମାଁଙ୍କ ମେଲାଣି ସମୟ ଆସିଯାଇଛି ଅନୁକୂଳ ପାଗ, ସୁସ୍ଥ ପରିବେଶ ମଧ୍ୟରେ ଶାନ୍ତିଶୃଙ୍ଖଳା ସହ ଚଳିତ ବର୍ଷର ସାର୍ବଜନୀନ ଦୁର୍ଗାପୂଜା ଶେଷ ହୋଇଛି ! ଡାବୁଗାଁ ତଥା ଅଂଚଳର ବିଭିନ୍ନ ଶକ୍ତିପୀଠ ଗୁଡିକରେ ପବିତ୍ର ଷଷ୍ଠି ତିଥିରେ ଜଗତ ଜନନୀ ମାଁ ଦୁର୍ଗାଙ୍କର ବିଲ୍ଲ ବରଣ କରାଯାଇଥିଲା ! ଏହାପରେ ମହାସପ୍ତମୀ, ମହାଷ୍ଟୀମି ଓ ମହାନବମୀରେ ନିର୍ଦ୍ଧାରିତ ରୀତିନୀତିରେ ଶରତ କାଳୀନ ଆବାହନ ସହ ଦଶମିରେ ମା ଙ୍କଠାରେ ଦଶମଣ୍ଡା ଭୋଗ ଲାଗି ଥିଲା ! ଏଥି ସହିତ ବିଜୟ ସୂଚକ ପୂର୍ବ ଡାବୁଗାଁ ମିନି ଷ୍ଟାଡିଅମ ଠାରେ ରାବଣପୋଡି ପାଳନ କରାଯିବା ପରେ ଆଜି ସଖାଳୁ ଆରମ୍ଭ ହୋଇଥିଲା ମାଙ୍କ ମେଲାଣି ଦିଆ ଯିବାର ପର୍ବ ! ବାଜା ରୋଷଣୀ ନାଚ ଗୀତରେ ତାଳେତାଳେ ମଣ୍ଡଫରେ ପୂଜିତ ମୃଣୟୀ ମୃତ୍ତି ଗୁଡିକୁ ଶୋଭାଯାତ୍ରା ନିଆଯାଇ ନଦୀ, ପୋଖରୀ, ଜଳାଶୟ ଗୁଡିକରେ ବିସର୍ଜନ କରାଯାଇଛି