ସୁନାବେଡା ,୨୮/୧୦/୨୩(ସମିସ): ଭାରତୀୟ ବୈମାନିକ ସମାଜ(Aeronatical society of India) ତରଫରୁ ଗତ ଅକ୍ଟୋବର ୨୨ ତାରିଖରେ ଜାତୀୟ ସ୍ତରରେ ଏକ ପୋଷ୍ଟର ଅଙ୍କନ ପ୍ରତିଯୋଗିତା ଅନଲାଇନ୍ ମାଧ୍ୟମରେ ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତା ୨ ଟି ବର୍ଗରେ ହୋଇଥିଲା । ଏଥିରେ ସାରା ଭାରତରୁ ବହୁସଂଖ୍ୟକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ପ୍ରତିଯୋଗିତାରେ କୃତ ଲାଭ କରିଥିବା ଶୀର୍ଷ ୧୦ ଜଣଙ୍କୁ ଚୟନ କରାଯାଇଛି । ଏହି ଦଶଜଣ କୃତୀ ପ୍ରତିଯୋଗୀ ମାନଙ୍କୁ ଆଗାମୀ ନଭେମ୍ବର ମାସରେ ଦିଲ୍ଲୀ ଠାରେ ପୁରସ୍କାର ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରୁ ଓଡ଼ିଶାର ଜଣେ ମାତ୍ର ଛାତ୍ର ଭୁବନାନନ୍ଦ ମାଝୀ ମନୋନୀତ ହୋଇଛନ୍ତି। ସେ ସୁନାବେଡ଼ା -୨ ହାଲ ସ୍ଥିତ ଏରୋନେଟିକ୍ସ ମହାବିଦ୍ୟାଳୟ ର ଦ୍ଵାଦଶ ଶ୍ରେଣୀ ରେ ପଢନ୍ତି। ଏହା ସହ ସୁନାବେଡାର ପ୍ରାଚୀନ କଳା ଓ ସଂସ୍କୃତି ପରିଷଦ ର ସମ୍ପାଦକ ମନୋଜ କୁମାର୍ ମୁଦୁଲି ଙ୍କ ପାଖରେ ଚିତ୍ରାଙ୍କନରେ ପ୍ରଶିକ୍ଷଣ ନିଅନ୍ତି। ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟିଛି। ପ୍ରାଚୀନ କଳା ଓ ସଂସ୍କୃତି ପରିଷଦ ସଭାପତି ଶେଖ ଇବ୍ରାହିମ, ସମ୍ପାଦକ ମନୋଜ କୁମାର୍ ମୁଦୁଲି , ଉପଦେଷ୍ଟା ଅମ୍ବିକା ପ୍ରସାଦ ପଟ୍ଟନାୟକ ଭୁବନାନନ୍ଦ ମାଝୀଙ୍କୁ ଫୁଲ ତୋଡା ଦେଇ ଶୁଭେଚ୍ଛା ଜଣେଇବା ସହିତ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଫୋନ୍ ମାଧ୍ୟମରେ ଅନୁରାଗ ପାତ୍ର, ତାପସ କୁମାର ମଲ୍ଲିକ ଶୁଭେଚ୍ଛା ଜଣାଇଛନ୍ତି ।